ଅନ୍ୟାନ୍ୟଶିକ୍ଷା

ମେ ମାସ ୨ ତାରିଖ ରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର,ଆସନ୍ତା ୨ ତାରିଖରୁ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ, ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ।ଚଳିତ ବର୍ଷ ୩୦ ଜିଲାରେ ମୋଟ ୧୫୧ ମୂଲ୍ୟାୟନ କେନ୍ଦ୍ର ଖୋଲିବାକୁ ପରିଷଦ ନିଷ୍ପତ୍ତି ନେଇଥିବାବେଳେ ମୋଟ ୨୫ ଲକ୍ଷ ଖାତା ଦେଖାଯିବ। ୨ଟି ପର୍ଯ୍ୟାୟରେ ଖାତା ଦେଖାଯିବ। ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ‌େ‌ର ପରୀକ୍ଷା ଫଳ ପ୍ରକାଶ ପାଇବ। ଆସନ୍ତା ୨୮ରେ କଳା ପାଠ୍ୟକ୍ରମର ଶେଷ ବିଷୟ, ଗୃହ ବିଜ୍ଞାନ ପରୀକ୍ଷା ରହିଛି। ଚଳିତ ବର୍ଷ ଉଭୟ ଇ-ମୂଲ୍ୟାୟନ ଏବଂ ପାରମ୍ପାରିକ ପଦ୍ଧତିରେ, ଅଫ୍‌ ଲାଇନରେ, ଖାତା ଦେଖାଯିବ। ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଖାତାଦେଖା ଇ-ମୂଲ୍ୟାୟନ ହେବ। ୭୫ ଇ-ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ, ୭୬ଟି ଅଫଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା ହେବ। କଳା ପାଠ୍ୟକ୍ରମର ଇଂରାଜୀ ଇ-ମୂଲ୍ୟାୟନ ହେବାକୁ ଥିବାବେଳେ, ଅନ୍ୟ ସମସ୍ତ ବିଷୟ ପାରମ୍ପରିକ ପଦ୍ଧତିରେ ଦେଖାଯିବ । ଚଳିତ ମାସ ୨୩ରେ +୨ ବିଜ୍ଞାନ ପରୀକ୍ଷା ସରିଥିବାବେଳେ ୨୫ରେ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଶେଷ ହେବ।

Related Articles

Back to top button