ସରକାରୀ ପ୍ରତିଷ୍ଠାନ, IRGC କେନ୍ଦ୍ର, ବ୍ୟାଙ୍କ ଏବଂ ମସଜିଦ ଉପରେ ଆକ୍ରମଣ

ଭୁବନେଶ୍ୱର ,ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଭିତରେ ଖାମେନେଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟରୁ ଭୟଭୀତ ହେବା ଅନୁଚିତ। ଯଦି ସେମାନେ ଯୁଦ୍ଧ ଆରମ୍ଭ କରନ୍ତି, ତେବେ ଏହା ଏକ ଆଞ୍ଚଳିକ ଯୁଦ୍ଧ ହେବ।ଦେଶର ତୈଳ ଭଣ୍ଡାରକୁ କବଜା କରିବାକୁ ଉଦ୍ୟମ କଲେ ଆମେରିକାକୁ, ବରବାଦ କରିଦେବୁ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି। ତେହେରାନର କଡ଼ା କାର୍ଯ୍ୟାନୁଷ୍ଠାନର ଜବାବରେ, ଟ୍ରମ୍ପଙ୍କ ଧମକ ପରେ ଏହି ଚେତାବନୀ ଦେଇଛନ୍ତି ଖାମେନେଇ। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ‘ଦଙ୍ଗା’ ସଂଗଠିତ କରାଯାଉଛି ବୋଲି କହିବା ସହ ଦଙ୍ଗାକାରୀମାନେ ପୋଲିସ, ସରକାରୀ ପ୍ରତିଷ୍ଠାନ, IRGC କେନ୍ଦ୍ର, ବ୍ୟାଙ୍କ ଏବଂ ମସଜିଦ ଉପରେ ଆକ୍ରମଣ କରିଥିଲେ।ଯୁଦ୍ଧର ଆଶଙ୍କା ଭିତରେ ଆମେରିକା ସମେତ ମଧ୍ୟପ୍ରାଚ୍ୟ ସହଯୋଗୀ ମାନଙ୍କୁ ଇରାନର, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କ ଚରମ ଚେତାବନୀ।ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ‘ଦଙ୍ଗା’ ସଂଗଠିତ କରାଯାଉଛି ବୋଲି କହିବା ସହ ଦଙ୍ଗାକାରୀମାନେ ପୋଲିସ, ସରକାରୀ ପ୍ରତିଷ୍ଠାନ, IRGC କେନ୍ଦ୍ର, ବ୍ୟାଙ୍କ ଏବଂ ମସଜିଦ ଉପରେ ଆକ୍ରମଣ କରିଥିଲେ।କୋରାନକୁ ପୋଡ଼ି ଦେଇଥିଲେ। ଏହା ଏକ ବିପ୍ଳବ ଥିଲା। ବିପ୍ଳବକୁ ଦମନ କରାଯାଇଥିଲା।




