ଜାତୀୟ

ଶିଶୁ ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ କଲେ କୋର୍ଟ, ଜାଣନ୍ତୁ କେଉଁଠି ?

ଅଗରତାଲା: ତ୍ରିପୁରା ଖୋୱାଇ ଜିଲ୍ଲା ନ୍ୟାୟାଳୟ ୫ ବର୍ଷର ଏକ ଶିଶୁ ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୨ ବର୍ଷ ବୟସ୍କ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ଗତବର୍ଷ ଫେବୃଆରୀ ମାସରେ ନିଶାନ ଚନ୍ଦ୍ର ପଡାର କାଲି କୁମାର ତ୍ରିପୁରା ଓରଫ ଅଭିଜିତ ଏହି କାଣ୍ଡ କରିଥିଲା। ଅପରାଧର ଗମ୍ଭିରତାକୁ ଧ୍ୟାନରେ ରଖି ଜିଲ୍ଲା ଓ ସେସନ ବିଚାରପତି ଶଙ୍କରୀ ଦାସ ଏହି ଦଣ୍ଡାଦେଶ କରିଛନ୍ତି। ମାମଲାରେ ୩୫ ଜଣ ସାକ୍ଷଙ୍କ ଶାଖି ଓ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୨୨ ଫେବୃଆରୀ ୨୦୨୧ରେ ନିଶାନ ଚନ୍ଦ୍ରପଡାର ୫ ବର୍ଷିଆ ନା ବାଳିକା ନିଖୋଜ ହୋଇଯାଇଥିଲା। ଶିଶୁଟିର ନିଖୋଜ ନେଇ ପିତା ତେଲିୟାମୁରା ଥାନାରେ ଏତଲା ଦେଇଥିଲେ। ମାମଲାର ତଦନ୍ତରେ ପୋଲିସ ପଡିଶାରେ ରହୁଥିବା କାଲିକୁମାର ତ୍ରିପୁରାକୁ ସନ୍ଦେହରେ ଥାନାକୁ ଡକାଇ ପଚରା ଉଚରା କରିବା ବେଳେ ସେ ହିଁ ପ୍ରକୃତ ଅଭିଯୁକ୍ତ ବୋଲି ଜଣାପଡିଥିଲା। ଅଭିଯୁକ୍ତକୁ ନେଇ ଅନୁସନ୍ଧାନ କରିବା ବେଳେ ନିକଟସ୍ଥ ଜଙ୍ଗଲରୁ ଶିଶୁର ଶବ ମିଳିଥିଲା।

ମାମଲାର ତଦନ୍ତକାରୀ ଅଧିକାରୀ ବିଦେଶ୍ୱର ସିଂହା ମାତ୍ର ୨୮ ଦିନ ମଧ୍ୟରେ ଏହି ସଙ୍ଗିନ ଅପରାଧର ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ କରିଥିବା ବେଳେ କାଲିକୁମାର ତ୍ରିପୁରା ବିରୋଧରେ ସ୍ପଷ୍ଟ ଅଭିଯୋଗ ଥିଲା। ଏଣୁ ମାମଲାରେ କୋର୍ଟ ଦୋଷୀକୁ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ତାକୁ ଖୋୱାଇ ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ କୋର୍ଟଙ୍କ ରାୟର ପୁଷ୍ଟି ଲାଗି ଏହା ହାଇକୋର୍ଟକୁ ପଠାଯିବ। ଯଦି ହାଇକୋର୍ଟରେ ଦଣ୍ଡାଦେଶ କାୟମ ରହେ ତେବେ ପରବର୍ତ୍ତି କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ଜିଲ୍ଲା ଏସପି ଭାନୁପଦ ଚକ୍ରବର୍ତ୍ତି କହିଛନ୍ତି।

Related Articles

Check Also
Close
Back to top button