ଓଡ଼ିଶାରାଜନୀତି

ହେବ ଫାଇଭ୍‌-ଟି ତଦନ୍ତ ! ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ମୋବାଇଲ ନ୍ୟୁଜ 24X7 ବ୍ୟୁରୋ : ବିଧାନସଭାରେ ବହିଲା ଫାଇଭ୍‌-ଟି ଝଡ଼ । ଅର୍ଥ ହେରଫେର ହୋଇଥିବାର ଅଭିଯୋଗ ଆସିଛି । ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହୋଇନଥିବା ଏବଂ ଖର୍ଚ୍ଚର ହିସାବ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଫାଇଭ୍‌-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ CSR, ଓମ୍‌ବାଡ୍‌ସି ଫଣ୍ଡ ଏବଂ ମନରେଗା ଅର୍ଥ ବ୍ୟବହାର କରାଯାଇଥିଲା। ଏହି ଯୋଜନା ପାଇଁ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌ (UC) ଦାଖଲ ହୋଇଥିବା ସୂଚନା ଦେଇଛନ୍ତି । ତେବେ ପ୍ରକୃତରେ କେତେ ଟଙ୍କାର UC ଦାଖଲ ହୋଇଛି, ସେ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏଯାଏଁ ସଂଗ୍ରହ କରାଯାଇ ପାରିନାହିଁ ।

କିନ୍ତୁ ତାଙ୍କ ଦାବିକୁ ଗ୍ରହଣ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତଦନ୍ତରେ ଅନିୟମିତତା ସାମ୍ନାକୁ ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button