ରାଜନୀତି
ସୀମା ପୁନର୍ନିର୍ଦ୍ଧାରଣ ନେଇ ସଂସଦରେ ହେବ ଆଲୋଚନା!

ପୁଣି ହେବ ସୀମା ପୁନନିର୍ଦ୍ଧାରଣ ! ଆସନ୍ତା ୩୦ ତାରିଖରେ ସଂସଦର ଲୋକସଭା ଓ ୨ ତାରିଖରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନରେ ଉଠିବ ପ୍ରସଙ୍ଗ । ଏ ନେଇ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସ୍ପଷ୍ଟ ଶବ୍ଦରେ ଦଳର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଆଲୋଚନା ହେବ ତାହାର ସୂଚନା ଆମକୁ ମିଳିନାହିଁ । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ମିଳିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ବିଜେଡି ସର୍ବଦା ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛି ଓ ଭବିଷ୍ୟତରେ ବି ଏଥିରୁ କଦାପି ବିଚୁ୍ୟତ ହେବ ନାହିଁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।




