ଜାତୀୟ

ସାବଧାନ! WhatsApp Web ବ୍ୟବହାର କରୁଥିଲେ ?

ସାବଧାନ! WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଖୋଲିଯାଇପାରେ ଆପଣଙ୍କ ଗୋପନୀୟ ଚାଟ୍! କମ୍ପ୍ୟୁଟରରେ WhatsApp ଖୋଲିଲେ, କାମ ସରିବା ପରେ କେବଳ ଟ୍ୟାବ୍ ବନ୍ଦ କରିଦେଉଛନ୍ତି କି? ତାହାଲେ ସାବଧାନ! ଆପଣଙ୍କର ଏହି ଛୋଟିଆ ଭୁଲ୍ ଆପଣଙ୍କ ବ୍ୟକ୍ତିଗତ ଚାଟ୍, ଫଟୋ ଓ ଅନ୍ୟାନ୍ୟ ତଥ୍ୟକୁ ଅନ୍ୟ ହାତରେ ପହଞ୍ଚାଇପାରେ। ଏପରିକି ଆପଣଙ୍କ WhatsApp ଆକାଉଣ୍ଟକୁ ବ୍ୟବହାର କରି ଅନ୍ୟମାନଙ୍କୁ ଠକେଇ ମଧ୍ୟ କରାଯାଇପାରେ। ଏନେଇ ଦେଶବାସୀଙ୍କୁ ସତର୍କ କରାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ର I4C।

ସାଧାରଣତଃ ଅଫିସ୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ WhatsApp Web ବ୍ୟବହାର କରିବା ପରେ ଅନେକ ଲୋକ ବ୍ରାଉଜର୍ ଟ୍ୟାବ୍ ବନ୍ଦ କରିଦିଅନ୍ତି। କିନ୍ତୁ ଜାଣି ରଖନ୍ତୁ, କେବଳ ଟ୍ୟାବ୍ କିମ୍ବା ୱିଣ୍ଡୋ ବନ୍ଦ କରିଦେଲେ ଆପଣଙ୍କ WhatsApp ଲଗ୍‌ଆଉଟ୍ ହୁଏ ନାହିଁ। ଫଳରେ ପରବର୍ତ୍ତୀ ବ୍ୟକ୍ତି ସେହି କମ୍ପ୍ୟୁଟର ବ୍ୟବହାର କଲେ ଆପଣଙ୍କ ମେସେଜ୍, କଣ୍ଟାକ୍ଟ ଓ ଗ୍ରୁପ୍ ଚାଟ୍ ଦେଖିବାର ସୁଯୋଗ ପାଇପାରନ୍ତି। ଆଉ ଆପଣଙ୍କ ନାଁରେ ମେସେଜ୍ ପଠାଇ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଠକେଇ କରିବାର ଆଶଙ୍କା ମଧ୍ୟ ରହିଛି।

ତେବେ କେମିତି ରହିବେ ସୁରକ୍ଷିତ? ପ୍ରଥମ କଥା, ସାଇବର କାଫେ, ହୋଟେଲ୍ ବିଜନେସ୍ ସେଣ୍ଟର୍ କିମ୍ବା ଅନ୍ୟର କମ୍ପ୍ୟୁଟରରେ WhatsApp Web ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ। ବାଧ୍ୟ ହୋଇ ବ୍ୟବହାର କରିବାକୁ ପଡ଼ିଲେ Incognito କିମ୍ବା Private Browsing Mode ବ୍ୟବହାର କରନ୍ତୁ। କାମ ସରିବା ପରେ ନିଶ୍ଚିତ ଭାବେ WhatsApp Webରୁ ମାନୁଆଲ୍ ଲଗ୍‌ଆଉଟ୍ କରନ୍ତୁ। ଏହା ସହିତ ଅନ୍ୟର କମ୍ପ୍ୟୁଟରରେ ବ୍ୟାଙ୍କିଙ୍ଗ୍, ଆର୍ଥିକ କିମ୍ବା ଗୋପନୀୟ ତଥ୍ୟ ଆଦାନପ୍ରଦାନ କରନ୍ତୁ ନାହିଁ। ଆପଣଙ୍କ ଆକାଉଣ୍ଟରୁ କୌଣସି ଅଜଣା ମେସେଜ୍ ଯାଉଛି କି ନାହିଁ, ସେଥିପ୍ରତି ମଧ୍ୟ ନଜର ରଖନ୍ତୁ।

 

Related Articles

Back to top button