ଓଡ଼ିଶାପାଣିପାଗ

ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଭୁବନେଶ୍ୱର ,ବାତ୍ୟାର ତୀବ୍ରତା କମିଥିଲେ ମଧ୍ୟ ଏହାର ପ୍ରଭାବ, ଗଞ୍ଜାମ ଉପରେ ରହିଛି । ବିଶେଷକରି ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି। ବାତ୍ୟା ଅକଓ୍ୱାନ୍ ଶୁକ୍ରବାର ସକାଳେ ଗୋପାଳପୁର ନିକଟରେ ,ସ୍ଥଳଭାଗ ଅତିକ୍ରମ କରିଥିଲା। ଏହା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତ୍ତୀ ସମୟରେ, ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ବାତ୍ୟା ଦୁର୍ବଳ ହେବା ଅର୍ଥ ବିପଦ ସମ୍ପୂର୍ଣ୍ଣ ଟଳିଯିବା ନୁହେଁ।କେବଳ ବର୍ଷା ଓ ଫସଲ କ୍ଷତି ନୁହେଁ, ଭୂସ୍ଖଳନ ଆଶଙ୍କା ମଧ୍ୟ ପ୍ରଶାସନର ଚିନ୍ତା ବଢ଼ାଇଥିଲା। ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ, ସ୍ଥାନାନ୍ତର କରାଯାଇଥିଲା। ଏବେ ଭୂସ୍ଖଳନ ପରବର୍ତ୍ତୀ ପରିସ୍ଥିତିର ମୁକାବିଲାକୁ, ଅଧିକ ଗୁରୁତ୍ୱ ଦିଆଯାଉଛି।ଏଥିପାଇଁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ବୁଝାମଣା କରାଯିବ। ଭୂସ୍ଖଳନ ଭଳି ବିପର୍ଯ୍ୟୟ ପରେ କିପରି ଉଦ୍ଧାର, ଥଇଥାନ ଓ ପରିଚାଳନା କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯିବ, ସେନେଇ ଆଲୋଚନା ହେବ। ଗଞ୍ଜାମର କେତେକ ସ୍ଥାନରେ ବନ୍ୟାଜଳ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। କୋଦଳାରେ ବନ୍ୟାଜଳରେ ଫସିଥିବା ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ବ୍ରହ୍ମପୁରର ଦୁରା କଳିଙ୍ଗ ବିହାର ଅଞ୍ଚଳରୁ, ଆଉ ୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।ପୁରୁଷୋତ୍ତମପୁରର ମା’ ତାରାତାରିଣୀ ମନ୍ଦିର ନିକଟ ରାସ୍ତାରେ ମଧ୍ୟ ଭୂସ୍ଖଳନ ହୋଇଥିଲା। ଅଗ୍ନିଶମ ବାହିନୀ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିଛି।

Related Articles

Back to top button