ଅନ୍ତର୍ଜାତୀୟଓଡ଼ିଶା

ଓଡ଼ିଶାକୁ ଆସିବେ ଜାପାନର ୧୦୦ ଜଣିଆ ପ୍ରତିନିଧି ଦଳ

ଓଡ଼ିଶା ସହ ଜାପାନର ସମ୍ପର୍କ ହେବ ଆହୁରି ମଜଭୁତ! ରାଜ୍ୟରେ ଶିଳ୍ପ, ବାଣିଜ୍ୟ ଓ ନିଯୁକ୍ତି କ୍ଷେତ୍ରରେ ଖୋଲିବ ନୂଆ ସମ୍ଭାବନାର ଦ୍ୱାର। ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ ଜାପାନର ଟଟୋରୀ ପ୍ରଦେଶର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳ। ଏହି ଗସ୍ତକୁ ନେଇ ବଢ଼ିଛି ଆଶା।ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଜାପାନର ଟଟୋରୀ ପ୍ରଦେଶରୁ ଓଡ଼ିଶା ଆସିବେ ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳ।

ଏହି ପ୍ରତିନିଧି ଦଳରେ ଟଟୋରୀ ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି ଏବଂ ବିଭିନ୍ନ ସଂସ୍ଥାର ପ୍ରତିନିଧି ସାମିଲ ହେବେ।ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ହେବ ଆଲୋଚନା। ବିଶେଷ କରି ଶିଳ୍ପ ଓ ବାଣିଜ୍ୟର ସମ୍ପ୍ରସାରଣ, ପର୍ଯ୍ୟଟନର ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ବୈଷୟିକ ସହଯୋଗ ଉପରେ ଦିଆଯିବ ଗୁରୁତ୍ୱ।

ଏହି ଗସ୍ତ ଦ୍ୱାରା ଓଡ଼ିଶାରେ ନୂଆ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି ହେବା ସହ ଜାପାନୀ ସଂସ୍ଥାଗୁଡ଼ିକ ସହ ଭାଗିଦାରୀ ବଢ଼ିବ ବୋଲି ଆଶା କରାଯାଉଛି। ଏହା ସହ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ଓ ଦକ୍ଷତା ବିକାଶର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ।ତେବେ ଜାପାନର ଏହି ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ରାଜ୍ୟର ଅର୍ଥନୈତିକ ବିକାଶ ଓ ଆନ୍ତର୍ଜାତୀୟ ସହଯୋଗକୁ କେତେ ନୂଆ ଦିଗ ଦେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।

Related Articles

Back to top button