ଅନ୍ୟାନ୍ୟଓଡ଼ିଶାସ୍ୱାସ୍ଥ୍ୟ

ଖାଦ୍ୟ ସୁରକ୍ଷାକୁ ନେଇ FSSAIର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଅନୁସାରେ, ମାଂସ ଓ ମାଛ ,ଖୁଆ, ପନିର,ଭଳି ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀକୁ ଉପଯୁକ୍ତ ତାପମାତ୍ରାରେ ରଖାଯାଉନଥିବା ନେଇ ଅଭିଯୋଗ ଆସିଛି।

ଏପରି ପରିସ୍ଥିତିରେ ଖାଦ୍ୟରେ, ଜୀବାଣୁ ବୃଦ୍ଧି ପାଇବା ସହ, ଏହା ଖାଇବା ଅନୁପଯୋଗୀ ହୋଇପାରେ। ତେଣୁ ଉତ୍ପାଦନଠାରୁ ଆରମ୍ଭ କରି ପ୍ୟାକିଂ, ଗଚ୍ଛିତ ରଖିବା, ପରିବହନ, ବଣ୍ଟନ ଓ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ, ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାକୁ, କୁହାଯାଇଛି।

ପାର୍ବଣ ଋତୁରେ ମିଠା, ପନିର, ମାଂସ ଓ ମାଛ ଭଳି ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହି ସମୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ ନେଇଛି, ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ।

ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବା, ପ୍ୟାକିଂ ଓ ପରିବହନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହାକୁ ଅଣଦେଖା କଲେ, ଖାଦ୍ୟ ସାମଗ୍ରୀ ଜବତ ଓ ନଷ୍ଟ କରିବା ସହ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ, ହୋଇପାରେ।

Related Articles

Back to top button