
ଭୁବନେଶ୍ୱର, ନୂତନ ନିୟମ ତଥା ମାର୍ଗଦର୍ଶିକା ଅନୁସାରେ, ଆଧାର କାର୍ଡରେ ନାମ ପରିବର୍ତ୍ତନ ପ୍ରକ୍ରିୟାକୁ ୪ଟି ପର୍ଯ୍ୟାୟରେ, ବିଭକ୍ତ କରାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ର ଲାଗିବ। ଯେପରିକି, ସାଧାରଣ ବନାନ ସଂଶୋଧନ ପାଇଁ ଆପଣଙ୍କୁ, ଆଧାର ସେବା କେନ୍ଦ୍ରରେ ଭୋଟର ଆଇଡି କାର୍ଡ, ପ୍ୟାନ କାର୍ଡ ଭଳି ବୈଧ ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ। ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ପରିବାର ମୁଖ୍ୟଙ୍କ ସହ ,ସଂପର୍କ ପ୍ରମାଣପତ୍ର ବା ପିଓଆର ଲାଗିପାରେ।ନାବାଳକଙ୍କ ପାଇଁ ଆନେକ୍ସଶ୍ଚର-ଗ ଆଫିଡେଭିଟ୍ ଓ ପିଓଆର ଦରକାର ହେବ। ତେବେ ନୂଆ ନାମଟି ପୂର୍ବରୁ ଜମା ହୋଇଥିବା ଡକ୍ୟୁମେଣ୍ଟ ସହ, ମେଳ ଖାଉଥିବା ଆବଶ୍ୟକ। ନଚେତ୍ ଏହି ଆବେଦନ ଖାରଜ ହେବା ସମ୍ଭାବନା ରହିଛି।ଏହାସହ ବିବାହ କିମ୍ବା ଛାଡପତ୍ର ପାଇଁ ନାମ ପରିବର୍ତ୍ତନ କରାଯାଉଛି ବୋଲି, ସତ୍ୟପାଠରେ ସ୍ପଷ୍ଟ ଭାବେ ଲେଖିବାକୁ ହେବ। ଯଦି ଆପଣ ସମ୍ପୂର୍ଣ୍ଣ ନାମ ବଦଳାଉଛନ୍ତି, ଯାହାଦ୍ୱାରା ପରିଚୟ ବଦଳିଯାଉଛି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ୍ ସହ ବୈଧ ପରିଚୟ ପତ୍ର ଦେବା ବାଧ୍ୟତାମୂଳକ।



