ଓଡ଼ିଶାରାଜନୀତି

SIRରେ ବାଦ୍ ପଡ଼ିଥିବା ଭୋଟରଙ୍କ ପାଇଁ ସୁଯୋଗ

ଏସଆଇଆର-୨୦୨୬ରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ସହ ନୂଆ ଯୁବ ଭୋଟରଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ହେବ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା।

୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ ଭୋଟର ତାଲିକାରେ ନାଁ ସାମିଲ ପାଇଁ ଫର୍ମ-୬ରେ ଆବେଦନ କରିପାରିବେ। ସେହିପରି SIR ସମୟରେ ନାଁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ମଧ୍ୟ ଏହି ସୁଯୋଗ ନେଇପାରିବେ। ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା CEO ଓଡ଼ିଶା ଓ ସମ୍ପୃକ୍ତ ଜିଲ୍ଲା ୱେବସାଇଟ୍‌ରେ ଉପଲବ୍ଧ ହେବ। ଯଦି ଭୁଲବଶତଃ କୌଣସି ଯୋଗ୍ୟ ଭୋଟରଙ୍କ ନାଁ ବାଦ୍ ପଡ଼ିଥାଏ, ତେବେ ଦାବି ଓ ଆପତ୍ତି ଦାଖଲ କରିହେବ।ନାଁ ସାମିଲ କରିବାକୁ ଇଚ୍ଛୁକ ଭୋଟରମାନେ ନିଜ ଅଞ୍ଚଳର ବୁଥ୍‌ସ୍ତରୀୟ ଅଧିକାରୀ ବା BLOଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟାରେ ସହାୟତା ନେଇପାରିବେ।

ଏଥିସହିତ, ସ୍ୱତନ୍ତ୍ର ସଂଘ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।

Related Articles

Back to top button