୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ୭ଟି ଦେଶ

ଭୁବନେଶ୍ୱର, ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ, ୭ଟି ଦେଶ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ ଅଫ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ରହିଛନ୍ତି।ଆୟୋଜନ ପାଇଁ ଦାବିଦାର ଦାଖଲ କରିଥିବା ୭ ଦେଶଙ୍କ ନାମକୁ, ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ଗ୍ରହଣ କରିଛି। ଏହି ଦେଶ ଗୁଡ଼ିକ ନଭେମ୍ବରରେ, ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର ହୋଷ୍ଟ କନିମଶନଙ୍କ ନିକଟରେ, ଉପସ୍ଥାପନ କରିବେ।ଅଲିମ୍ପିକ୍ସ -୨୦୩୬ ଆୟୋଜନ ନେଇ, ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି।ଉକ୍ତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ନେଇ, ଦାବିଦାର ହାସଲ କରିଥିବା ଦେଶ ମାନଙ୍କ ତାଲିକା, ଅନ୍ତର୍ଜାତୀୟ ଅଲିମ୍ପିକସ କମିଟି ପ୍ରକାଶ କରିଛି।ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଶ ଗୁଡ଼ିକ, ବର୍ତ୍ତମାନ ନିୟମିତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସହ, ଯୋଗାଯୋଗରେ ଅଛନ୍ତି। ଅଲିମ୍ପିକ୍ସ ପାଇଁ ଚଳିତ ଅକ୍ଟୋବର ୩୧ ପରେ, କୌଣସି ଦେଶ ଆଗ୍ରହ ପ୍ରକାଶ କଲେ ତାହା, ଆଉ ବିଚାରକୁ ନିଆଯିବ ନାହିଁ। ଆସନ୍ତା ୨୦୨୭ ଜୁନରେ ଲାଇସାନେରେ ହେବାକୁ ଥିବା ଆଇଓସିର ୧୪୬ତମ ଅଧିବେଶନରେ, ଚୂଡାନ୍ତ ଆୟୋଜନ ଦେଶ ନାମ ଘୋଷଣା କରାଯିବ।




