ଅନ୍ୟାନ୍ୟଜାତୀୟ

ଆଧାର କାର୍ଡରେ ଆସିଲା ନୂଆ ନିୟମ

ଭୁବନେଶ୍ୱର, ଆଧାର କାର୍ଡରେ ନାମ ସଂଶୋଧନ ପାଇଁ, ଏକ ନୂଆ ନିୟମ ଆଣିଛି, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI। ନୂଆ ଏସ୍‌ଓପି ଅନୁସାରେ, ଆଧାର କାର୍ଡରେ ନାମ ପରିବର୍ତ୍ତନ ପ୍ରକ୍ରିୟାକୁ, ୪ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି। ପ୍ରତି କ୍ୟାଟେଗୋରୀ ପାଇଁ, ଅଲଗା ଅଲଗା ଡକ୍ୟୁମେଣ୍ଟ ଲାଗିବ।  ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ପରିବାର ମୁଖ୍ୟଙ୍କ ସହ, ସଂପର୍କ ପ୍ରମାଣପତ୍ର ବା PoR ଲାଗିପାରେ। ଡାଟା ଏଣ୍ଟ୍ରି ଜନିତ ତ୍ରୁଟି ପାଇଁ, ଆଫିଡେଭିଟ୍ ଦରକାର ହେବ। ଯଦି ଆଧାର କରିବା ସମୟରେ ,ନାଁ ଟାଇପ୍ ଭୁଲ୍ ହୋଇଛି, ତେବେ ବୟସ୍କଙ୍କ ପାଇଁ Annexure B ଆଫିଡେଭିଟ୍ ସହ  PoR ଆବଶ୍ୟକ। ନାବାଳକଙ୍କ ପାଇଁ Annexure C  ଆଫିଡେଭିଟ୍ ଓ PoR ଦରକାର ହେବ। ଯଦି ଆପଣ ସମ୍ପୂର୍ଣ୍ଣ ନାମ ବଦଳାଉଛନ୍ତି, ଯାହାଦ୍ୱାରା ପରିଚୟ ବଦଳିଯାଉଛି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ୍ ସହ, ବୈଧ ପରିଚୟ ପତ୍ର ଦେବା ବାଧ୍ୟତାମୂଳକ।

Related Articles

Back to top button