ଜାତୀୟ

ଜନ୍ତରମନ୍ତରରେ ହଙ୍ଗାମା; ଟେକିନେଲେ ପୋଲିସ

ପୁଣି ଜନ୍ତରମନ୍ତରରେ ହଙ୍ଗାମା । ପ୍ରତିବାଦ ନାରାରେ କମ୍ପିଲା ଜନ୍ତରମନ୍ତର । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ଦେଖିବାକୁ ମିଳିଛି ।ବିଭିନ୍ନ ରାଜନୈତିକ ଦଳ ଓ ଛାତ୍ର ସଂଗଠନର କର୍ମୀମାନେ ଏକ ହୋଇ ଜନ୍ତରମନ୍ତରରେ ପ୍ରତିବାଦ କରିଥିଲେ | ପ୍ରଦର୍ଶନ ପାଇଁ ପୁଲିସ ଅନୁମତି ଦେଇନଥିବା ବେଳେ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି ।

ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ଆପ୍ ନେତା ସୌରଭ ଭରଦ୍ୱାଜ, ସମାଜସେବୀ ଯୋଗେନ୍ଦ୍ର ଯାଦବ ଏବଂ AISA ଅଧ୍ୟକ୍ଷ ନେହା ବୋରାଙ୍କ ସମେତ ୫୦୦ରୁ ଅଧିକ ଲୋକଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା । ପରବର୍ତ୍ତୀ ରିପୋର୍ଟରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଅଟକ ରଖାଯାଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୭୦୦ ବୋଲି ଜଣାପଡ଼ିଛି । ବିକ୍ଷୋଭକାରୀମାନେ SIR ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଛନ୍ତି ।

ସେପଟେ ଜନ୍ତରମନ୍ତର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ଏବଂ ବିକ୍ଷୋଭକୁ ନଜରରେ ରଖି କେନ୍ଦ୍ରୀୟ ଦିଲ୍ଲୀରେ ଯାତାୟାତ ଉପରେ  ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

Related Articles

Back to top button