ବିଜେଡି ଛାଡ଼ିବେ କି ବଦ୍ରି ନାରାୟଣ ପାତ୍ର ?

ବିଜେଡ଼ିରେ ଅସନ୍ତୁଷ୍ଟ ଅଛନ୍ତି କି ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ? ବିଜେଡି ଛାଡ଼ିବେ କି ବିଧାୟକ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଲାଣି । କାରଣ ତାଙ୍କୁ ବିଜେଡ଼ିର ବଡ଼ ବଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି । କି ବିଜେଡ଼ି ପ୍ରତିବାଦ କରୁଥିବା ପ୍ରସଙ୍ଗ ବିରୋଧରେ ସେ ମୁହଁ ବି ଖୋଲିନାହାନ୍ତି । ସେଥିପାଇଁ ଚର୍ଚ୍ଚା ହେଉଛି ଯେ ବିଜେଡ଼ି ଛାଡ଼ିବେ ବିଜେଡ଼ିର ବରିଷ୍ଠ ନେତା ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର । ଏହି ଚର୍ଚ୍ଚା ହେବା ବି ସ୍ୱାଭାବିକ କଥା ।
ଏବେ ଦଳରେ ଅସନ୍ତୁଷ୍ଟ ଦର୍ଶାଇ ବିଜେଡ଼ି ନେତା ଦଳ ଛାଡ଼ୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡ଼ି ପରାଜୟ ହେବା ପରେ ବିଭିନ୍ନ କାରଣ ଦର୍ଶାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ୁଛନ୍ତି । ଆଉ ଏବେ ଯେଉଁ ଚର୍ଚ୍ଚା ହେଉଛି ବଦ୍ରି ନାରାୟଣ ପାତ୍ର ଦଳ ଛାଡ଼ିବେ ତାହା କେତେ ସତ , କେତେ ମିଛ ଜଣାପଡ଼ିନି । କିନ୍ତୁ ଯଦି ସେ ଦଳ ଛାଡ଼ନ୍ତି କେଉଁ ଦଳକୁ ଯିବେ ? ବିଜେପି ନା କଂଗ୍ରେସ ?
ତେବେ ଗୋଟିଏ କଥା ସ୍ୱଷ୍ଟ କେବଳ କୈାଣସ ଯେ ବିଜେଡ଼ିରେ ବଦ୍ରିଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା । ଚାରି ଚାରି ଥର ସେ ବିଜେଡ଼ିରୁ ବିଧାୟକ ହୋଇଛନ୍ତି । ଏମିତିକି ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତଳାଇଛନ୍ତି । କିନ୍ତୁ ଏବେ ଯେଉଁ ଚର୍ଚ୍ଚା ହେଉଛି ଯେ ଦଳରେ ସେ ଅସନ୍ତୁଷ୍ଟ ଅଛନ୍ତି । ହେଲେ କାହିଁକି ? ତାହା ଆଗାମୀ ଦିନରେ ସ୍ୱଷ୍ଟ ହୋଇଯିବ । ଆଉ ବିଜେଡ଼ି ଛାଡ଼ିଲେ କେଉଁ ଦଳକୁ ଯିବେ ତାହା ବି ।




