ଅନ୍ୟାନ୍ୟଓଡ଼ିଶା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପୁଣି ଏକ ସଫଳତା ।

ଭୁବନେଶ୍ୱର ,ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଅନୁସାରେ ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଯେତେ ଶବ୍ଦାବଳୀ ରହିଛି, ସେଗୁଡ଼ିକୁ ପାଟେଣ୍ଟ କରିବା ପାଇଁ ୨୦୨୫ ମସିହା ମେ’ ୨୬ରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ଜୁନ୍‌ ୫ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଶବ୍ଦାବଳୀର ଅପବ୍ୟବହାର ସମ୍ପର୍କରେ, ଆଲୋଚନା ହୋଇଥିଲା। ଯେପରିକି, ଆନନ୍ଦବଜାର, ବଡ଼ଦାଣ୍ଡ, ମହାପ୍ରସାଦ, ନନ୍ଦିଘୋଷ, ନିର୍ମାଲ୍ୟ, ନୀଳଚକ୍ର, ନୀଳକନ୍ଦର ଏବଂ ଜଗନ୍ନାଥ ଧାମ ଭଳି ଶବ୍ଦର ଅନଧିକାର ବ୍ୟବହାର ହୋଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଉପରୋକ୍ତ ତିନୋଟି ଟ୍ରେଡ୍‌ମାର୍କ ,ଆବେଦନ ଆସନ୍ତା ଟ୍ରେଡ୍‌ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପୁଣି ଏକ ସଫଳତା ମିଳିଛି। ଟ୍ରେଡ୍‌ ମାର୍କ ରେଜିଷ୍ଟ୍ରିର ତୃତୀୟ ପର୍ଯ୍ୟାୟ ଯାଞ୍ଚ ପରେ, ଆଉ ତିନୋଟି ଟ୍ରେଡ୍ ମାର୍କ ଆବେଦନ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ, ଅନୁମୋଦିତ ହୋଇଛି। ସେଗୁଡ଼ିକ ହେଲା, ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନଅର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ, ଏହି ସୂଚନା ଦିଆଯାଇଛି।

Related Articles

Back to top button