ଅନ୍ତର୍ଜାତୀୟବାଣିଜ୍ୟ

୨୪ କ୍ୟାରେଟ୍ ସୁନା ୨୦୭୦ ଟଙ୍କା ଶସ୍ତା

ଭୁବନେଶ୍ୱର ,ଗତକାଲି ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ, ବାର୍ତ୍ତା ଦେବା ଅବସରରେ, ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏବେ ସୁନା ସୁନା ନକିଣିବାକୁ ପିଏମ ମୋଦି, ଆହ୍ବାନ ଦେଇଥିଲେ ।ଆଜି ୨୨ କ୍ୟାରେଟ୍ ସୁନାଦରରେ ୧୦ ଗ୍ରାମ ପିଛା, ୧୯୦୦ ଟଙ୍କା ହ୍ରାସ ଘଟିଛି । ସେହିଭଳି ୨୪ କ୍ୟାରେଟ୍ ସୁନା ୨୦୭୦ ଟଙ୍କା କମିଛି। ଗ୍ଲୋବାଲ୍ ସଙ୍କଟ, ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ, ଦେଶର ଅର୍ଥନୀତିକୁ ସୁଦୃଢ଼ ରଖିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ, ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।୪ ଦିନରେ ୨୨ କ୍ୟାରେଟ୍ ସୁନା ଦରରେ ପ୍ରାୟ, ୫,୭୦୦ ଟଙ୍କାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୨୯ ତାରିଖରେ, ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ରହିଥିଲା, ଲକ୍ଷେ ୪୫ ହଜାର ୫୦ ଟଙ୍କା।ଆଜି ୨୨ କ୍ୟାରେଟ୍ ସୁନାଦର ୧୦ ଗ୍ରାମ ପିଛା ୧୯୦୦ ଟଙ୍କା ହ୍ରାସ  ପାଇଛି ।

Related Articles

Back to top button