
ଭୁବନେଶ୍ୱର , ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ, ଅଧିକ ବର୍ଷା ହୋଇସାରିଛି। ସେପ୍ଟେମ୍ବରର ଆଗାମୀ ସପ୍ତାହରେ,ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ, ବର୍ଷା ଜାରି ରହିପାରେ।ଅଗଷ୍ଟ ୨୬ ତାରିଖ ସୁଦ୍ଧା ,ରାଜ୍ୟରେ ମୋଟ ୧,୧୦୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୮୪୩ ମିଲିମିଟର, ବର୍ଷା ହେବା କଥା। ଅର୍ଥାତ୍ ସ୍ୱାଭାବିକ ବର୍ଷାଠାରୁ ଚଳିତ ବର୍ଷ, ପ୍ରାୟ ୩୦.୯ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି, IMD ପକ୍ଷରୁ କୁହାଯାଇଛି।IMD ଅନୁସାରେ, ରାଜ୍ୟର ଅଧିକାଂଶ ସ୍ଥାନରେ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସେପ୍ଟେମ୍ବର ୨ ଓ ୩ ତାରିଖରେ, ମଧ୍ୟ ବର୍ଷା ଜାରି ରହିବ। ଏହି ଦୁଇ ଦିନ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।




