ପୁଣି ଦୁଇଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ଭୁବନେଶ୍ୱର ,ଆଜିଠୁ ଦୁଇ ଦିନ ପାଇଁ ଚାଲିବ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ଗଣତି ସମୟରେ କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି, ପ୍ରଭାବିତ ନ ହୁଏ ସେଥିପ୍ରତି, ବିଶେଷ ଗୁରୁତ୍ଵ ଦିଆଯିବ। ରତ୍ନଭଣ୍ଡାର ଗଣତି ସମୟରେ, ଶ୍ରଦ୍ଧାଳୁମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ।ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ, ଏକା ବୈଠକ ଅନୁଷ୍ଠିତ ହେବା ପରେ ରତ୍ନ ଭଣ୍ଡାର ଗଣତି , ଟିମ୍ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ ବାହାର ଭଣ୍ଡାର, ଗଣତି ଶେଷ ହୋଇ ସାରିଛି। ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି, କରାଯାଉଛି। ଶ୍ରୀମନ୍ଦିର ଓ ବ୍ୟାଙ୍କର ବଣିଆ ସମେତ ଜେମୋଲୋଜିଷ୍ଟମାନେ ଅଳଙ୍କାରକୁ ଚିହ୍ନଟ କରିବେ। ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଯେପରି, ରତ୍ନଭଣ୍ଡାର ସୁରକ୍ଷିତ ରହିବ ଏସଓପି ଅନୁଯାୟୀ ,ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୦୨୬ରେ ହେବାକୁ ଥିବା ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ ଏସଓପି ଅନୁଯାୟୀ, ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ସେଥିପାଇଁ ଗତ ମାର୍ଚ୍ଚ 24 ତାରିଖ ମଧ୍ୟାହ୍ନ ୧୨ଟା ୯ ମିନିଟ୍ ରୁ ୧ ଟା ୪୫ ଶୁଭ ବେଳା ଥିବାରୁ, ଏହି ସମୟରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।




