
ଭୁବନେଶ୍ୱର ,ଦୁଇ ମାସ ଧରି ଦୁଇ ଦୁଇଟି ବନ୍ୟାରେ ରାଜ୍ୟର ଅନେକ ଜିଲ୍ଲାରେ, ଜନଜୀବନ ବିପର୍ଯ୍ୟସ୍ତ । ବିଶେଷକରି ଯାଜପୁର, ବାଲେଶ୍ୱର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଏବେ ରିଲିଫ୍ ଠାରୁ ରାଜନୀତି ଯାଏଁ, ଲଢ଼େଇ ତୀବ୍ର ହୋଇଛି । ବନ୍ୟା ବିପନ୍ନଙ୍କୁ ମିଳୁନାହିଁ ପ୍ରକୃତ ସହାୟତା । ସରକାରଙ୍କୁ ଘେରିଲେ, ବିରୋଧୀ । ରିଲିଫ ବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଲା, କଂଗ୍ରେସ । ବିଜେଡି ମଧ୍ୟ ପୂର୍ବ ସରକାରର ବନ୍ୟା ପରିଚାଳନା ନୀତିକୁ, ତୁଳନା କରି ଡବଲ ଇଞ୍ଜିନ ସରକାର, ବନ୍ୟା ପରିଚାଳନା ଦିଗରେ ପ୍ରଶ୍ନ କରିଛି ।କଂଗ୍ରେସର ଅଭିଯୋଗ ଲୋକେ, ଦୁଇ ମାସ ଧରି ବନ୍ୟା ସହ ଲଢ଼ୁଥିବା ବେଳେ ସରକାରଙ୍କ, ପ୍ରାଥମିକ ପ୍ରତିକ୍ରିୟା ଯଥେଷ୍ଟ ନଥିଲା । ପ୍ରଥମେ ମାତ୍ର ୨୫୦ ଗ୍ରାମ ଚୁଡ଼ା ଭଳି ସହାୟତା ଦେଇ ସରକାର ବନ୍ୟା ପରିଚାଳନାରୁ, ଦୂରେଇବାକୁ ଚେଷ୍ଟା କରିଥିବା, ଅଭିଯୋଗ କରିଛି ଦଳ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ, କଂଗ୍ରେସ ବନ୍ୟାଞ୍ଚଳରେ ପହଞ୍ଚି ରିଲିଫ୍ ଓ ପାଲ ବଣ୍ଟନ କରିବା ପରେ, ସରକାର ଅଞ୍ଚଳ ପରିଦର୍ଶନ କରି ୧,୦୦୦ କୋଟିର ପ୍ୟାକେଜ୍ ଘୋଷଣା କରିଥିବା ଦଳ ଦାବି କରିଛି । ବିରୋଧୀଙ୍କ ଏହି ଅଭିଯୋଗକୁ, ସିଧାସଳଖ ଖାରଜ କରିଛି, ବିଜେପି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଜବାବରେ, କହିଛନ୍ତି, “ବନ୍ୟା ପରିଚାଳନାକୁ ନେଇ ବିରୋଧୀଙ୍କ, ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସାରା ଦେଶରେ ପ୍ରଶଂସା ପାଇଛି ।ସରକାରୀ ରିଲିଫ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ବଣ୍ଟନ ହେଉଛି ଏବଂ କ୍ଷୟକ୍ଷତିର ଆକଳନ ମଧ୍ୟ ଜାରି ରହିଛି ।




