ଅନ୍ତର୍ଜାତୀୟଓଡ଼ିଶା

ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେବ ସୁଗମ ,ପାଞ୍ଚ ଟି ଧାଡିରେ ଦର୍ଶନ

ଭୁବନେଶ୍ୱର ,ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେବ ସୁଗମ ,ପାଞ୍ଚ ଟି ଧାଡିରେ ଦର୍ଶନ କରିପାରିବେ ଭକ୍ତ, ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ, ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ, ଏହି ସୂଚନା ଦେଇଛନ୍ତି, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନର ଆଇନ ବିଭାଗ ସମ୍ମିଳନୀ କକ୍ଷରେ, ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ,ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଛି । ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ, କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ, ସେଥିନେଇ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ ଓ ନାଟମଣ୍ଡପରେ, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ନେଇ ଆଜି ଆଲୋଚନା ହୋଇଛି । ମନ୍ଦିର ନୀତିକାନ୍ତି ଓ ଲୋକଙ୍କ ଦର୍ଶନରେ ସମସ୍ୟା ନହେବା ପାଇଁ ପାଇଲଟ ମଡେଲ କରାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ, ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇପାରିବ । ବିଗତ କିଛି ବର୍ଷ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ, ଭକ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ଛୁଟି ଦିନରେ ମଧ୍ୟ ଦର୍ଶନାର୍ଥୀଙ୍କ, ସଂଖ୍ୟା ମଧ୍ୟ ବଢୁଛି । ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି, ରାଜ୍ୟରେ, ବିଜେପି କ୍ଷମତାକୁ ଆସିବ ପରେ, ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳିତ କରିବା ନେଇ, ନିଷ୍ପତ୍ତି ହୋଇଥିଲା ।

Related Articles

Back to top button