ଜାତୀୟଦୁର୍ଘଟଣା

ସକାଳ ୩ଟା ୩୦ ମିନିଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି

ଭୁବନେଶ୍ୱର ,ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ହସ୍ପିଟାଲର ତୃତୀୟ ମହଲାରେ, ଥିବା NICU ରେ ହଠାତ୍ ନିଆଁ ଲାଗିଯାଇଥିଲା। ଆଜି ଭୋର ପ୍ରାୟ ସକାଳ, ୩ଟା ୩୦ ମିନିଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭେଣ୍ଟିଲେଟରରେ ବିସ୍ଫୋରଣ ହିଁ ଅଗ୍ନିକାଣ୍ଡର କାରଣ କି ନାହିଁ, ତାହା ମଧ୍ୟ ତଦନ୍ତ ପରେ, ସ୍ପଷ୍ଟ ହେବ। ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ, ଜାରି ରହିଛି।ନିଆଁ ଲାଗିବା ପରେ, ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଧୂଆଁ ଓ ନିଆଁ ମଧ୍ୟରୁ ଶିଶୁମାନଙ୍କୁ, ଗୋଟିଏ ପରେ ଗୋଟିଏ କରି, ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଅନେକ ଶିଶୁଙ୍କୁ ସୁରକ୍ଷିତ ଭାବେ ୱାର୍ଡରୁ ବାହାର, କରାଯାଇଥିଲା। ଉଦ୍ଧାର ମଧ୍ୟରେ ୩ ଜଣ ନବଜାତ ଶିଶୁଙ୍କ ଜୀବନ, ବଞ୍ଚାଯାଇପାରିନଥିଲା। ନିଆଁରେ ଝଲସିଯାଇ ,ସେମାନଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣାର, ତଦନ୍ତ ଜାରି ରହିଛି।

Related Articles

Back to top button