ଓଡ଼ିଶାଜାତୀୟବାଣିଜ୍ୟରାଜନୀତି

MMDR ଆଇନ ସଂଶୋଧନ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରାଯାଉଛି : ବି.ଜେ.ପି.

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ;  ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । MMDR ୧୯୫୭ ମସିହାରୁ ଯାହା ଚାଲିଆସିଛି, ସେଥିରେ କିଛି ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ବିଲ୍ ଆଗତ କରାଯାଇଥିଲା, ଯାହା ଅଗଷ୍ଟ ୧୨ ଏବଂ ୧୩ ତାରିଖ ଦିନ ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ଗୃହିତ ହେଇସାରିଛି । ମହାମହିମ ରାଷ୍ଟ୍ରପତି ଦସ୍ତଖତ କରିବା ପରେ ବହୁଶୀଘ୍ର ତାହା ଆଇନ୍‌ରେ କାର୍ଯ୍ୟକାରୀ ହେବ । ଖଣିର ସୁବିନିଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଲକ୍ଷ୍ୟ ରଖିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ସେହି ବିକଶିତ ଭାରତରେ ଖଣିଜ ସମ୍ପଦର ସଦୁପଯୋଗ ସହ ଭାଲ୍ୟୁ ଆଡେଡ୍ କରିବା ପାଇଁ ଏହି ଚମତ୍କାର ଆଇନ୍ ଅଣାଯାଇଛି । ପୂର୍ବରୁ ଖଣି କର ବ୍ୟବସ୍ଥାରେ ଯେଉଁ ବ୍ୟବସ୍ଥା ଥିଲା ତାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏହି ଆଇନ ଅଣାଯ।ଇଛି । ଏହାଦ୍ୱାରା ଓଡ଼ିଶା ସମେତ ସମସ୍ତ ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଏବଂ ସର୍ବୋପରି ଦେଶ ଲାଭବାନ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଂରଚି ନାରାୟଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ତ୍ରିିପାଠୀ କହିଛନ୍ତି ଯେ, ବିରୋଧୀ ଓଡ଼ିଶାକୁ ମିଳୁଥିବା ଲାଭ ବିଷୟରେ ନକହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ଜିଏସ୍‌ଟି ଲାଗୁ ସମୟରେ ମଧ୍ୟ ବିରୋଧୀ ଏହି ପ୍ରକାର ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ୨୦୧୬ ମସିହାରେ ଓଡ଼ିଶା ଟ୍ୟାକ୍ସ ଆକାରରେ ପାଖାପାଖି ୧୫,୦୦୦ କୋଟି ଟଙ୍କା ପାଉଥିଲାବେଳେ ଜିଏସ୍‌ଟି ଲାଗୁ କାରଣରୁ ଚଳିତ ବର୍ଷ ୬୦,୯୨୮ କୋଟି ଟଙ୍କା ପାଇଛନ୍ତି । ଏବେ MMDR ଆଇନ୍‌ରେ ହୋଇଥିବା ସଂଶୋଧନ ଉପରେ ମଧ୍ୟ ସେଭଳି ଅପପ୍ରଚାର କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପୂର୍ବରୁ ଖଣି ଟିକସ ବାବଦରେ ଓଡ଼ିଶା ସରକାରଙ୍କୁ ପାଖାପାଖି ୫,୦୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ୨୦୧୫ରେ MMDR ଆଇନ୍ ସଂଶୋଧନ ହେବା ପରେ ଖଣି ନିଲାମ ଏବଂ ଅନ୍ୟାନ୍ୟ ସୂତ୍ରରୁ ଓଡ଼ିଶା ସରକାର ପାଖାପାଖି ୧୦ ଗୁଣା ଅର୍ଥାତ୍ ୫୦,୦୦୦ କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଛନ୍ତି । ୨୦୧୪-୧୫ରେ ଯେତେବେଳେ ଏହି ଆଇନ୍‌ରେ ସଂଶୋଧନ ହୋଇଥିଲା, ସେତେବେଳେ ତତ୍କାଳୀନ ଓଡ଼ିଶା ସରକାର ଏହାକୁ ଘୋର ବିରୋଧ କରିଥଲେ । ଓଡ଼ିଶାର କ୍ଷତି ହେଇଯିବ ବୋଲି ପ୍ରଚାର କରିଥିଲେ । କିନ୍ତୁ ଫଳ ଓଡ଼ିଶା ସପକ୍ଷରେ ଗଲା । ଯେବେଠାରୁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ଦାୟିତ୍ୱ ନେଇଛନ୍ତି, ସେବେଠାରୁ କୌଣସି ରାଜ୍ୟର କ୍ଷତି ହେବାକୁ ସେ ଦେଇନାହାନ୍ତି । ବିଶେଷ କରିି ପୂର୍ବ ଭାରତ ଏବଂ ଓଡ଼ିଶା ତାଙ୍କ ସମୟରେ ଆର୍ôଥକ ଦୃଷ୍ଟିରୁ ଏବଂ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ସବୁଠାରୁ ଅଧିକ ଲାଭବାନ ହୋଇଛି ।

ଅପରପକ୍ଷେ ବିଜେଡି ଶାସନ ବ୍ୟବସ୍ଥାରେ ଥିଲାବେଳେ ଓଡ଼ିଶାରେ ସବୁଠାରୁ ମହାଦୁର୍ନୀତି ଖଣି ଦୁର୍ନୀତି ହେଇଥିଲା । ଏକଥା ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ମଦନ ବି. ଲୋକୁର, ୨୦୧୭ ମସିହାରେ କେସ୍ ନଂ. ଡବଲ୍ୟୁପିସି ୧୧୪/୨୦୧୪, କମ୍‌ନ କଜ୍ ବନାମ୍ ଗର୍ଭରମେଂଟ ଅଫ୍ ଇଣ୍ଡିଆର ଶୁଣାଣି ବେଳେ କହିଥିଲେ । ଆଉ ଆଜି କ’ଣ ପାଇଁ ତତ୍କଳୀନ ମୁଖ୍ୟମନ୍ତ୍ରୀ ଭଦ୍ରଲୋକି ଦେଖେଇ ହେଉଛନ୍ତି ? ଶାହା କମିଶନର ରିପୋର୍ଟ ଅନୁଯାୟୀ ଖଣି ଦୁର୍ନୀତି ଯୋଗୁ ଓଡ଼ିଶା ଯେଉଁ ବ୍ୟାପକ କ୍ଷତିଗ୍ରସ୍ତ ହେଲା ସେଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱାଧୀନ ସରକାର କ’ଣ କରିଛନ୍ତି ତାର ଉତର ଦିଅନ୍ତୁ? ପୂର୍ବରୁ ବିଭିିିନ୍ନ ରାଜ୍ୟର ସରକାରମାନେ ଟିକସ ନାଁରେ ଅନେକ ପ୍ରକାର କର ଲଗାଉଥିଲେ । ଏହି କରରେ କୌଣସି ସମାନତା ନଥିଲା । ଦେଶରେ ଏହି କର ଊପରେ ଗୋଟିଏ ପ୍ରକାର ସମାନତା ଆଣିବା ପାଇଁ ମୋଦି ସରକାର ଏହି ଆଇନକୁ ସଂଶୋଧନ କରିଛନ୍ତି । ପୂର୍ବରୁ ରାଜ୍ୟମାନେ କର ବାବଦରେ ଯେଉଁ ପ୍ରକାର ସିଧାସଳଖ ୯୦ ପ୍ରତିଶତ ଖଣିଜ ସମ୍ପଦରୁ ପାଇପାରୁଥିଲେ, ଏବେ ମଧ୍ୟ ସେହି ପ୍ରକାର ପାଇପାରିବେ । ଅନ୍ୟାନ୍ୟ ହିସାବକୁ ଦେଖିଲେ ପାଖାପାଖି ୯୬ ପ୍ରତିଶତ ଅର୍ଥ ରାଜ୍ୟମାନେ ପାଇବେ । କେନ୍ଦ୍ର ମାତ୍ର ୪ ପ୍ରତିଶତ ଅର୍ଥ ଯାହା ଆଗରୁ ପାଉଥିଲା ସେଇ ପ୍ରତିଶତ ପାଇବ । ଏହି ଶୃଙ୍ଖଳିତ କର ବ୍ୟବସ୍ଥା ହେଲେ କିଛି ଲୋକଙ୍କର କାହିଁକି ଅସୁବିଧା ହେଉଛି ତାହା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି ।

ଖଣିଜ ପଦାର୍ଥ ଥିବା ଜମିର ବାର୍ଷିକ ମୂଲ୍ୟ ଉପରେ ୨୦ ପ୍ରତିଶତ ଟିକସ ଆଦାୟ ପାଇଁ ତତ୍କାଳୀନ ବିଜେଡି ସରକାର ୨୦୦୪ ମସିହାରେ ଓରିସେଡ୍ ଆକ୍ଟ ଆଣିଥିଲେ, ୨୦୦୫ ଡିସେମ୍ବର ମାସ ୫ ତାରିଖରେ ଓଡ଼ିଶା ହାଇକୋର୍ଟ ତାକୁ ରଦ୍ଦ କରିଦେଲେ, ସେମାନେ ତା’ ପରବର୍ତୀ ଅବସ୍ଥାରେ ପାଖାପାଖି ୧୮ ବର୍ଷ ଧରି କ୍ଷମତାରେ ରହିଲେ ଏବଂ କେବଳ କେସ୍‌କୁ ଗଡ଼େଇ ଚାଲିଲେ ମାତ୍ର ଜିତିବାକୁ ଉଦ୍ୟମ କଲେ ନାହିଁ । ଆଜି ମଧ୍ୟ ସେହି କେସ୍ ଚାଲିଛି । ସେ ସମୟରେ କେନ୍ଦ୍ରରେ କଂଗ୍ରେସର ସରକାର ଥିଲା ଏବଂ କେନ୍ଦ୍ର ସରକାରଙ୍କ ଏକ ପିଏସ୍‌ୟୁ ଏହି କେସ୍ କରିଥିଲା । ଆଜି ସେଇ କଂଗ୍ରେସ ସହ ମିଶି ବିଜେଡି ଯେଉଁ ପ୍ରକାର ନାଟକ କରୁଛି, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ । ଏମ୍‌ଏମ୍‌ଡିଆର୍ ଆଇନ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବରଂ ଲାଭ ହେବ । ଓଡ଼ିଶାରେ ନିବେଶ ଆସିବ । ଖଣିକୁ ଆୟୁଦ୍ଧ କରି ଗଢ଼ିଉଠୁଥିବା ବିଭିନ୍ନ ଶିଳ୍ପ ମଧ୍ୟ ଓଡ଼ିଶାରେ ବିକଶିତ ହେବ, ଯାହାର ଲାଭ ଓଡ଼ିଶାର ଯୁବକମାନେ ପାଇବେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ପ୍ରକାର କର ଆକାରରେ ଲାଭବାନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Related Articles

Back to top button