ବ୍ୟାଡ଼ମିଣ୍ଟନରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ତ୍ରିଶା ଜଲି ଓ ଗାୟତ୍ରୀ ପୁଲେଲା

ଭୁବନେଶ୍ୱର,ଶୁକ୍ରବାର ମହିଳା ଯୁଗଳ କ୍ବାର୍ଟର ଫାଇନାଲରେ ତ୍ରିଶା-ଗାୟତ୍ରୀ , ୧୬-୨୧, ୨୧-୧୫ ଓ ୨୧-୧୩ରେ ବିଶ୍ବର ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ, ଯୋଡ଼ି ଜିଆ ୟିଫାନ- ଝାଙ୍ଗ ସୁଝିଆନଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ବିଶ୍ବ ମାନ୍ୟତାର ୩୯ତମ ସ୍ଥାନରେ ଥିବା, ତ୍ରିଶା-ଜଲି ପ୍ରଥମ ଗେମ୍କୁ ୧୬-୨୧ରେ ପରାଜିତ ହେବା ପରେ ଦ୍ବିତୀୟ ଓ ତୃତୀୟ ଗେମ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ତ୍ରିଶା- ଗାୟତ୍ରୀ ଦ୍ବିତୀୟ ଗେମ୍କୁ ୨୧-୧୫ରେ ଜିତି ବରାବର କରିଥିଲେ। ତୃତୀୟ ଗେମ୍କୁ ମଧ୍ୟ ତ୍ରିଶା-ଗାୟତ୍ରୀ ୨୧-୧୩ରେ ଜିତି, ମ୍ୟାଚ ବିଜୟୀ ହୋଇଥିଲେ। ତ୍ରିଶା ଜଲି ଓ ଗାୟତ୍ରୀ ପୁଲେଲା ଗୋପୀଚାନ୍ଦ ଭାରତୀୟ ବ୍ୟାଡ଼ମିଣ୍ଟନରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଲିଥିବା ବିଡବ୍ଳ୍ୟୁଏଫ ବିଶ୍ବ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍ ୩୦ତମ ସଂସ୍କରଣର ମହିଳା ଯୁଗଳ ସେମିଫାଇନାଲରେ, ଭାରତୀୟ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ପୁଲେଲା ଗୋପୀଚାନ୍ଦ ପ୍ରବେଶ କରିବା ସହିତ, ଅତି କମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।




