ଅନ୍ତର୍ଜାତୀୟଅନ୍ୟାନ୍ୟ

ଟ୍ରମ୍ପଙ୍କ ପୋଷ୍ଟ, ଜବାବ ଦେଲା ଇରାନ

ଭୁବନେଶ୍ୱର ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ରେ, ଏକ ଏଆଇ ଜେନେରେଟ୍‌ ଫଟୋ, ସେୟାର କରିଥିଲେ । ଯେଉଁଥିରେ ଇରାନ ଓ ଆରବର ପ୍ରାୟଦ୍ବୀପ ମଧ୍ୟରେ, ଅବସ୍ଥିତ ହୋର୍ମୁଜ ପ୍ରଣାଳୀକୁ , ଆମେରିକାର ଅଶଂ ବୋଲି ଦର୍ଶାଇଥିଲେ । ଗତକିଛି ଦିନ ହେଲାଣି ହୋର୍ମୁଜ ଉପରେ ଆମେରିକାର ନିୟନ୍ତ୍ରଣ ଥିବା ଦାବି କରିଆସୁଛନ୍ତି, ଆମେରିକା ରାଷ୍ଟ୍ରପତି ।ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଏହାର ଜବାବ ଦେଇଛନ୍ତି, ଇରାନର ଉପ ବୈଦେଶିକ ମନ୍ତ୍ରୀ, କାଜେମ ଗରିବାବାଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ହୋର୍ମୁଜ ପ୍ରଣାଳୀକୁ ଆମେରିକାର ଅଂଶ ବୋଲି ଦର୍ଶାଇ ଏକ ଏଆଇ ଫଟୋ ସୋସିଆଲ ମିଡିଆରେ, ପୋଷ୍ଟ କରିଛନ୍ତି । ଏହାକୁ ନେଇ କଡ଼ା ଜବାବ ରଖିଛି ଇରାନ ।ଆମେରିକା-ଇରାନ ମଧ୍ୟରେ ପୁଣି ତିକ୍ତତା ବଢୁଥିବା, ଦେଖିବାକୁ ମିଳିଛି । ଇରାନର ଉପ ବୈଦେଶିକ ମନ୍ତ୍ରୀ କାଜେମ ଗରିବାବାଦି ଓ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମୁଖ୍ୟ ମୋହସିନ ରେଜାଇ, ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛନ୍ତି । ଟ୍ରମ୍ପଙ୍କ ଏହି ଦାବିକୁ ‘ଭ୍ରମାତ୍ମକ’ ବୋଲି କହିଛନ୍ତି । ଅନ୍ୟପଟେ ଯେ ପର୍ଯ୍ୟନ୍ତ ଆମେରିକା ସର୍ତ୍ତ ଗୁଡିକ ପୂରଣ ନକରିଛି, ସେ ପର୍ଯ୍ୟନ୍ତ ହୋର୍ମୁଜ ପ୍ରଣାଳୀ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି, ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବାଘେର କହିଛନ୍ତି ।

Related Articles

Back to top button