ଅନ୍ତର୍ଜାତୀୟବାଣିଜ୍ୟ

ପୁଣି ବଢ଼ିଲା ସୁନା ଓ ରୁପା।

ଭୁବନେଶ୍ୱର,ପୁଣି ବଢ଼ିଲା ସୁନା ଓ ରୁପା। ମିଳିଥିବା ସୂଚନା ଅନୁସାରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୩୦ ଟଙ୍କା ବୃଦ୍ଧି ହୋଇଛି।ସୁନା ଦର ବଢ଼ୁଥିବା ସମୟରେ, ଅଶୋଧିତ ତୈଳର ଦର ବୃଦ୍ଧି ବଜାର ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ତର୍ଜାତୀୟ ବେଞ୍ଚମାର୍କ ଅଶୋଧିତ ତୈଳ, ପ୍ରାୟ ୧% ବଢ଼ି ୯୦ ଡଲାର ପ୍ରତି ବ୍ୟାରେଲ ଆଖପାଖରେ, ପହଞ୍ଚିଛି।ସୂଚନା ଅନୁସାରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ, ୫୩୦ ଟଙ୍କା ,ବୃଦ୍ଧି ହୋଇଛି। ଠିକ୍ ସେମିତି ରୁପା ଦର, ମଧ୍ୟ ବୃଦ୍ଧି ହୋଇଛି।ସକାଳ ୯ଟା ୪୦ ମିନିଟ ସମୟରେ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ସ୍ପଟ୍ ଦର, ୫୩୦ ଟଙ୍କା ବଢ଼ି ୧,୫୫,୮୧୦ ଟଙ୍କା ପ୍ରତି ୧୦ ଗ୍ରାମରେ କାରବାର କରୁଛି। ୨୨ କ୍ୟାରେଟ୍ ସୁନାର ଦର, ୫୦୦ ଟଙ୍କା ବଢ଼ି ୧,୪୨,୮୫୦ ଟଙ୍କା ପ୍ରତି ୧୦ ଗ୍ରାମରେ, ପହଞ୍ଚିଛି। ସେହିପରି ୧୮ କ୍ୟାରେଟ୍ ସୁନାର ଦର, ୪୧୦ ଟଙ୍କା ବୃଦ୍ଧି ପାଇ ୧,୧୬,୯୧୦ ଟଙ୍କା ପ୍ରତି ୧୦ ଗ୍ରାମରେ, କାରବାର କରୁଛି। ଅନ୍ୟପକ୍ଷରେ ରୁପାର ସ୍ପଟ୍ ଦର, ୨,୫୦,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା।

Related Articles

Back to top button