ଅନ୍ତର୍ଜାତୀୟକ୍ରୀଡ଼ା

ଇତିହାସ ରଚିଲା ବାଂଲାଦେଶ

ଭୁବନେଶ୍ୱର,ବାଂଲାଦେଶ  ଇତିହାସ ରଚିଛି ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ପ୍ରଥମଥର ପାଇଁ, ଟେଷ୍ଟରେ ପରାସ୍ତ କରି ।  ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚ୍‌ ମାତ୍ର ଚତୁର୍ଥ ଦିନରେ ଶେଷ ହୋଇଯାଇଛି। ଏହି ବିଜୟ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବାଂଲାଦେଶ ୧-୦ରେ ଆଗୁଆ ହୋଇଛି।ପ୍ରଥମ ଇନିଂସରେ ବାଂଲାଦେଶ ୪୨୬ ରନ୍‌ କରି, ଅଷ୍ଟ୍ରେଲିଆ ଉପରେ, ବଡ଼ ଅଗ୍ରଣୀ ହାସଲ କରିଥିଲା। ଓପନର୍‌ ତାଞ୍ଜିଦ ହାସନ ତାମିମ୍‌ ୧୦୧ ରନ୍‌ର  ଶତକୀୟ ଇନିଂସ ଖେଳିଥିଲେ। ଏହା ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶତକ ହାସଲ କରିଥିବା ପ୍ରଥମ ବାଂଲାଦେଶୀ ବ୍ୟାଟର୍‌ ଭାବେ ତାଙ୍କୁ ଇତିହାସରେ ସ୍ଥାନ ଦେଇଛି।ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୮୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ବାଂଲାଦେଶ ସମ୍ମୁଖରେ ୫୭ ରନ୍‌ର ଲକ୍ଷ୍ୟ ରଖିଥିଲା। ଏହି ଛୋଟ ଲକ୍ଷ୍ୟକୁ ବାଂଲାଦେଶ, ମାତ୍ର, ୧୪.୨ ଓଭରରେ ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଥିଲା।ବାଂଲାଦେଶର ବିଜୟରେ, ବୋଲର୍‌ମାନଙ୍କ ଭୂମିକା ଥିଲା ନିର୍ଣ୍ଣାୟକ। ହାସନ ମାହମୁଦ ମ୍ୟାଚ୍‌ରେ, ମୋଟ ୯ଟି ୱିକେଟ୍‌ ନେଇ, ଅଷ୍ଟ୍ରେଲିଆକୁ ଚାପରେ ରଖିଥିବା ବେଳେ ,ମେହିଦି ହାସନ ମିରାଜ୍‌ ଦ୍ୱିତୀୟ ଇନିଂସରେ, ୫ ୱିକେଟ୍‌ ନେଇ ବିଜୟର ରାସ୍ତା ସହଜ କରିଥିଲେ। ୨୦୧୭ରେ ମୀରପୁରରେ ଅଷ୍ଟ୍ରେଲିଆକୁ, ୨୦ ରନ୍‌ରେ ପରାସ୍ତ କରିବା, ପରେ ଏହା ଦଳର ଦ୍ୱିତୀୟ, ଟେଷ୍ଟ ବିଜୟ। ଏହି ବିଜୟ ବାଂଲାଦେଶ କ୍ରିକେଟ୍‌ ପାଇଁ, ଏକ ବଡ଼ ଐତିହାସିକ ମୁହୂର୍ତ୍ତ।

Related Articles

Back to top button