
ଭୁବନେଶ୍ୱର,ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି,ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ,ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ, ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ, ଅନୁଷ୍ଠିତ ହୋଇଛି।ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ଥିବା ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ, ପଠାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଅନୁ ଗର୍ଗ। ସେମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବନ୍ୟା ସ୍ଥିତିର ଗ୍ରାଉଣ୍ଡ ମନିଟରିଂ କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଆବଶ୍ୟକ ସହଯୋଗ କରିବେ।ବନ୍ୟା ପରିଚାଳନାର ଅଭିଜ୍ଞତା ଥିବା ଏହି ଅଧିକାରୀମାନେ, ସ୍ଥାନୀୟ ଜିଲ୍ଲାପାଳଙ୍କୁ ସହଯୋଗ କରିବେଏଥିସହ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ, ତଦାରଖ ଦାୟିତ୍ୱ ଦିଆଯିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ଛୁଟି ବାତିଲ କରି ତୁରନ୍ତ, ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରି ଡ୍ୟୁଟିରେ ଯୋଗଦେବେ।




