Uncategorized

ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନରେ ବୋମା ଧମକ ମିଳିଛି। ଜାମା ନଗର ହାଉସ୍, ଝଣ୍ଡେୱାଲାନ୍ ବିଲଡିଂ, ଏମବି ସାକେତ ଅଫିସ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଅଫିସ୍, IGI ବିମାନବନ୍ଦରର ଟର୍ମିନାଲ ୩ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର SDM ଅଫିସ୍ ସମେତ ପାଞ୍ଚଟି ସ୍ଥାନରେ ବୋମା ଧମକ ଫୋନ୍ ଆସିଛି। ଫୋନ୍ ପାଇବା ପରେ ତୁରନ୍ତ ବମ୍ ସ୍କ୍ୱାଡ୍, ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସକ୍ରିୟ କରାଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ, ଏହି ସ୍ଥାନଗୁଡ଼ିକରେ ଏକ ସମ୍ପୂର୍ଣ୍ଣ ସନ୍ଧାନ କରାଯାଇଥିଲା। କିନ୍ତୁ କିଛି ସନ୍ଦେହଜନକ ବସ୍ତୁ ମିଳିଲା ନାହିଁ।

Related Articles

Back to top button