ଜାତୀୟରାଜନୀତି

ଯୁବବର୍ଗଙ୍କୁ ମିଳିବ 10000 ଚାକିରି, ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର

ଭୁବନେଶ୍ୱର ,ବାଙ୍କିପୁର ବିଧାୟକ ପ୍ରଶାନ୍ତ କିଶୋର,ବର୍ଷକ ମଧ୍ୟରେ ବାଙ୍କିପୁରରେ ଯୁବକଙ୍କୁ 10 ହଜାର ଚାକିରି ପ୍ରଦାନ କରିବେ ବୋଲି, ବଡ଼ ଘୋଷଣା କରିଛନ୍ତି ।ସେ କହିଥିଲେ, ଆସନ୍ତାବର୍ଷ ମଧ୍ୟରେ 10,000 ଯୁବକ ବର୍ଗଙ୍କୁ ନିଜ ଅଞ୍ଚଳରେ ,ଚାକିରି ଦେବାର ବ୍ୟବସ୍ଥା କରାଯିବ ।ଗତକାଲି ୟାରପୁର ରାଜପୁତାନା ଗୋପାଳ ଶରଣ ସିଂହ ପଥରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ପ୍ରଶାନ୍ତ କିଶୋର ଯୋଗ ଦେଇ ଯୁବବର୍ଗଙ୍କ ଶିକ୍ଷା, ରାସନ କାର୍ଡ, ଭତ୍ତା ସମ୍ପର୍କରେ ବଡ଼ ଘୋଷଣା କରିଥିଲେ । ସେ ଦାବି କରି କହିଛନ୍ତି ଯେ, ଯେଉଁମାନେ ବି ତାଙ୍କ ସମ୍ପର୍କରେ ଅଛନ୍ତି, ସେମାନଙ୍କୁ ବିହାର ଯୁବକଙ୍କୁ ଚାକିରି ଦେବା ପାଇଁ, କଥା ହୋଇଛନ୍ତି । ତେଣୁ ରୋଜଗାର ପାଇଁ ବାହାର ରାଜ୍ୟକୁ, ଯିବାର ଆବଶ୍ୟକତା ନାହିଁ ।ଜନସାଧାରଣଙ୍କୁ ପରିବର୍ତ୍ତନ ସେତେବେଳେ ଅନୁଭବ ହେବ । ଯେତେବେଳେ ପାଠପଢା ଓ ରୋଜଗାର ବ୍ୟବସ୍ଥା ଉନ୍ନତ ହେବ । 3 ମାସର ସମୟ ଦିଅନ୍ତୁ, ରାସନ କାର୍ଡ କରିବା ପାଇଁ ଟଙ୍କାଟିଏ ମଧ୍ୟ କେହି ଲାଞ୍ଚ ମାଗିବେ ନାହଁ ।ସରକାରୀ ସ୍କୁଲ ଗୁଡିକରେ ବ୍ୟବସ୍ଥା ଆହୁରି, ଭଲ କରାଯିବ । ସେମାନଙ୍କ ଫିସ୍‌ ପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଅଭିଭାବକଙ୍କୁ ଆଶ୍ବାସନା ଦେଇଛନ୍ତି ପ୍ରଶାନ୍ତ ।

Related Articles

Back to top button