ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

କଲୋମ୍ବିଆର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଭୁବନେଶ୍ୱର,ଭୂକମ୍ପ ଝଟକାରେ  ପଶ୍ଚିମ କଲମ୍ବିଆ । ପଶ୍ଚିମ କଲମ୍ବିଆର ପେରେଇରା, କ୍ୱିବଡୋ, କାଲି ଏବଂ ମାନିଜାଲେସ୍ ସମେତ ବିଭିନ୍ତି ସହରକୁ,ଭୂକମ୍ପ ଛାରଖାର କରିଦେଇଛି  । ଦେଶର ତୃତୀୟ ବୃହତ୍ତମ ସହର କାଲିରେ ଅନୁସନ୍ଧାନକାରୀ ଦଳ ଏବଂ ସାଧାରଣ ନାଗରିକମାନେ, ନଷ୍ଟ ହୋଇଯାଇଥିବା କୋଠାଗୁଡ଼ିକର ଅବଶିଷ୍ଟାଂଶ ମଧ୍ୟରୁ, ଆତ୍ମୀୟଙ୍କୁ ଖୋଜୁଛନ୍ତି । ଶତାଧିକ ବିଲ୍ଡିଂ ନଷ୍ଟ ହେବା ସହ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା, ଆଶଙ୍କା କରାଯାଉଛି । ମୃତକଙ୍କ ପରିଜନ ଓ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ନିଖୋଜଙ୍କୁ ଖୋଜୁଛନ୍ତି ।କଲମ୍ବିଆର ଭୂତତ୍ତ୍ୱ ସେବା କହିଛି ଯେ, ସୋମବାରର ଭୂକମ୍ପ କଲୋମ୍ବିଆରେ, 21ତମ ଶତାବ୍ଦୀରେ ରେକର୍ଡ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା । ଏହା ପରେ 21ଟି କମ୍ ଶକ୍ତିଶାଳୀ ପରବର୍ତ୍ତୀ ଝଟକା, ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପାଖାପାଖି ଥିବା କଲମ୍ବିଆର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ,ରିଙ୍ଗ ଅଫ୍ ଫାୟାର ସହିତ ଜଡିତ । ଯାହା ପ୍ରଶାନ୍ତ ମହାସାଗରକୁ ଘେରି ରହିଥିବା ଭୂକମ୍ପ ଫଲ୍ଟର ରେଖା, ଯେଉଁଠାରେ ବିଶ୍ୱର ଅଧିକାଂଶ ଭୂକମ୍ପ ହୋଇଥାଏ। କଲମ୍ବିଆର ରାଷ୍ଟ୍ରପତି କହିଛନ୍ତି, ଯେ 570ରୁ ଅଧିକ ଆହତ ହୋଇଛନ୍ତି ଏବଂ ପ୍ରାୟ 1600 ବିଲ୍ଡିଂ, କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ 61ଟି ବିଲ୍ଡିଂ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭୂକମ୍ପ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସେ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ,ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ, ପରିଦର୍ଶନ କରିବେ ବୋଲି କହିଛନ୍ତି।

Related Articles

Back to top button