ଅନ୍ୟାନ୍ୟସ୍ୱାସ୍ଥ୍ୟ

ଲେପ୍ଟୋସ୍ପାଇରୋସିସ୍ କ’ଣ ଏବଂ ଏହା କିପରି ବ୍ୟାପେ

ଭୁବନେଶ୍ୱର ,ଡେଙ୍ଗୁ ଭଳି ରୋଗ ତୁଳନାରେ ଲେପ୍ଟୋସ୍ପାଇରୋସିସ୍ ଉପରେ, କମ୍ ଆଲୋଚନା ହୋଇଥାଏ। ମାତ୍ର କେରଳ ସେଣ୍ଟର ଫୋର୍ ଡିଜିଜ୍ କଣ୍ଟ୍ରୋଲ୍ ର ନିର୍ଦ୍ଦେଶକ ଡାକ୍ତର ଆଲଥାଫ୍ ଏ.ଙ୍କ କହିବା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ଜନିତ ମୋଟ ମୃତ୍ୟୁସଂଖ୍ୟା ମଧ୍ୟରୁ, ପ୍ରାୟ ୫୨ ପ୍ରତିଶତ କେବଳ ଲେପ୍ଟୋସ୍ପାଇରୋସିସ୍ ଯୋଗୁଁ ହୋଇଥାଏ। ସଚେତନତା ଏବଂ ପ୍ରାରମ୍ଭିକ ସ୍ତରରେ ସଠିକ୍ ଚିକିତ୍ସା, ଦ୍ୱାରା, ଅନେକ ଜୀବନ ବଞ୍ଚାଯାଇପାରିବ। ଲେପ୍ଟୋସ୍ପାଇରୋସିସ୍, ଯାହାକୁ ସାଧାରଣ ଭାଷାରେ ‘ରାଟ୍ ଫିଭର୍’ ବା ମୂଷା ଜ୍ୱର କୁହାଯାଏ, ବର୍ଷା ଓ ବନ୍ୟା ଦିନଗୁଡ଼ିକରେ ବ୍ୟାପକ ଭାବେ ,ବ୍ୟାପିଥାଏ। ନିକଟରେ ସରକାରୀ ଡେଥ୍ ଅଡିଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ରୋଗ ରାଜ୍ୟରେ ସଂକ୍ରମଣ ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି।ଏହା ‘ଲେପ୍ଟୋସ୍ପାଇରା’ ନାମକ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଏକ ସଂକ୍ରମଣ। ସଂକ୍ରମିତ ମୂଷା କିମ୍ବା ଅନ୍ୟ ପ୍ରାଣୀଙ୍କ ପରିସ୍ରା ଦ୍ୱାରା,ପ୍ରଦୂଷିତ ହୋଇଥିବା ପାଣି କିମ୍ବା ମାଟି ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ।

Related Articles

Back to top button