ଜାତୀୟମନୋରଞ୍ଜନ

ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର , ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ, ଡିଏମକେ ନେତା ତଥା ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ବିବାଦରେ, ଛନ୍ଦି ହୋଇପଡ଼ିଛନ୍ତି। ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ, ଏଫଆଇଆର ରୁଜୁ ହେବା ପରେ, ପୋଲିସ ଉଦୟନିଧିଙ୍କୁ ଚେନ୍ନାଇସ୍ଥିତ ତାଙ୍କ ବାସଭବନରୁ, ଅଟକ ରଖିଛି। ବିଜେପି ମଧ୍ୟ ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀ, ଦାବି କରିଛି। ତାମିଲନାଡୁ ବିଜେପିର ମୁଖ୍ୟ ପ୍ରବକ୍ତା ନାରାୟଣନ୍ ତିରୁପତି ‘X’ ରେ କହିଛନ୍ତି ଯେ, ଉଦୟନିଧିଙ୍କ ଦ୍ୱିଅର୍ଥବୋଧକ ମନ୍ତବ୍ୟ, ଅତ୍ୟନ୍ତ ଘୃଣ୍ୟ, ଅଶ୍ଳୀଳ, ନିନ୍ଦନୀୟ ଏବଂ ଲଜ୍ଜାଜନକ। ସତ କଥା ହେଉଛି, ଜଣେ ଅପରାଧୀ କିମ୍ବା ଚୋର ମଧ୍ୟ, ଯାହାର ମା’, ସ୍ତ୍ରୀ କିମ୍ବା ଝିଅ ଥିବେ, ସେ ଏପରି ଜଘନ୍ୟ କଥା କହିବ ନାହିଁ। ଏହି ବକ୍ତବ୍ୟର ବିରୋଧରେ ହେଉଥିବା ପ୍ରଦର୍ଶନକୁ, ଦୃଷ୍ଟିରେ ରଖି, ଉଦୟନିଧି ଷ୍ଟାଲିନ୍‌ଙ୍କ ଘର ବାହାରେ, କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟିଭିକେ କାର୍ଯ୍ୟକର୍ତ୍ତାମାନେ ତାଙ୍କ ଘର ବାହାରେ, ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ଏପରି ଅଶୋଭନୀୟ ବକ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନ୍‌ ସାର୍ବଜନୀନ, କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରୁଛନ୍ତି।

Related Articles

Back to top button