ଅନ୍ତର୍ଜାତୀୟବାଣିଜ୍ୟ

ଦୁଇ ଦେଶର ସ୍ଥିତି ସ୍ୱାଭାବିକ ହେଉଛି

ଭୁବନେଶ୍ୱର ,ଭାରତ ଓ ଚୀନ ମଧ୍ୟରେ ସୀମା ବାଣିଜ୍ୟ ପୁଣିଥରେ, ଆରମ୍ଭ ହୋଇଛି। ଦୀର୍ଘ ୬ ବର୍ଷ ପରେ ଏହି ସୀମା ବାଣିଜ୍ୟ ପୁଣି ଆରମ୍ଭ ହେବାକୁ ଭାରତ-ଚୀନ ସମ୍ପର୍କରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଦେଖାଯାଉଛି।ଭାରତ-ଚୀନ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ୍ ଏହି ସୀମା ବାଣିଜ୍ୟ ପୁନଃ ଆରମ୍ଭ ହେବାର ସୂଚନା ଦେବା ସହ ସୀମା, ଖୋଲାଯାଇଥିବାର ଫଟୋ ମଧ୍ୟ ସେୟାର କରିଛି।ଦୀର୍ଘ ୬ ବର୍ଷ ପରେ ସୀମା ବାଣିଜ୍ୟ ପୁଣି ଆରମ୍ଭ ହେବା ଅବସରରେ, ସିକ୍କିମର ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଟି.ଟି. ଭୁଟିଆ ମଧ୍ୟ ନାଥୁଲା ସୀମା ପୋଷ୍ଟରେ ପହଞ୍ଚିଥିଲେ। ସେ ସୀମା ବାଣିଜ୍ୟ ପୁନଃ ଆରମ୍ଭକୁ, ସ୍ୱାଗତ କରିବା ସହ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ।ଭାରତ ଓ ଚୀନ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୧୫୫ ବିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ବାଣିଜ୍ୟ ହୋଇଥାଏ। ଭାରତ ଚୀନରୁ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଟେଲିକମ୍ ଉପକରଣ, ମୋବାଇଲ୍ ଫୋନ୍ ଓ ସେଗୁଡ଼ିକର ଯନ୍ତ୍ରାଂଶ, ଔଷଧ ତିଆରି ପାଇଁ କଞ୍ଚାମାଲ, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଅଟୋମୋବାଇଲ୍ କ୍ଷେତ୍ର ସହ, ଜଡିତ ବିଭିନ୍ନ ସାମଗ୍ରୀ ଆମଦାନି କରିଥାଏ।ଅନ୍ୟପଟେ ଭାରତ ଚୀନକୁ ଲୁହାପଥର, ବିଭିନ୍ନ ଖଣିଜ ପଦାର୍ଥ, କୃଷିଜାତ ସାମଗ୍ରୀ ଏବଂ ସାମୁଦ୍ରିକ ଉତ୍ପାଦ ରପ୍ତାନି କରିଥାଏ। ତେବେ ଉଭୟ ଦେଶ ମଧ୍ୟରେ, ବାଣିଜ୍ୟର ପରିମାଣ ବହୁତ ବଡ଼ ହୋଇଥିଲେ ମଧ୍ୟ ଏଥିରେ, ଉଲ୍ଲେଖନୀୟ ଅସନ୍ତୁଳନ ରହିଛି।

Related Articles

Back to top button