
ଭୁବନେଶ୍ୱର,ଓଡ଼ିଶା ସରକାର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ, +୩ ଡିଗ୍ରୀ ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୂଚୀରେ, ପରିବର୍ତ୍ତନ କରିଛନ୍ତି।ଏହା SAMS ଅଧୀନରେ ଥିବା, ସମସ୍ତ +୩ ଡିଗ୍ରୀ କଲେଜ ପାଇଁ ଲାଗୁ ହେବ। ଶେଷ ସିଲେକ୍ସନ୍ ରାଉଣ୍ଡରେ ଯେଉଁ ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିଛି, ସେମାନେ, ଅଗଷ୍ଟ ୫ ତାରିଖ ୨୦୨୬ ସନ୍ଧ୍ୟା ୫ଟା ମଧ୍ୟରେ ସମ୍ପୃକ୍ତ କଲେଜରେ ପହଞ୍ଚି ନାମଲେଖା କରାଇବାକୁ ପଡ଼ିବ। ସେହି ଦିନ ରାତି ୯ଟା ସୁଦ୍ଧା ଇ-ସ୍ପେସ୍ ପୋର୍ଟାଲରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ,ଅପଡେଟ୍ କରିବାକୁ କଲେଜଗୁଡ଼ିକୁ କୁହାଯାଇଛି।ୱେଟିଂ କିମ୍ବା ସ୍ପଟ୍ ସିଲେକ୍ସନ୍ ରାଉଣ୍ଡ ପାଇଁ ଅପେକ୍ଷା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ତାଲିକା ଅଗଷ୍ଟ ୮ ତାରିଖ ୨୦୨୬ ଦିନ ୧୨ଟାରେ HEIର ଇ-ସ୍ପେସ୍ ଏବଂ ଛାତ୍ର ଲଗଇନ୍ରେ, ପ୍ରକାଶ ପାଇବ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଖାଲି ଥିବା ସିଟ୍ ଆଧାରରେ ଏହି ତାଲିକା ପ୍ରସ୍ତୁତ ହେବ।ୱେଟିଂ ଲିଷ୍ଟରେ ଥିବା ଏବଂ ନାମଲେଖା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୦ ତାରିଖ ସକାଳ, ୧୧ଟାରୁ ଅଗଷ୍ଟ ୧୧ ତାରିଖ ଅପରାହ୍ଣ ୪ଟା ମଧ୍ୟରେ ନିଜ କଲେଜକୁ ଯାଇ CAF ଫର୍ମ ସହ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ।ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ, ମେରିଟ୍ ଆଧାରରେ, ଚୟନ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକା ଅଗଷ୍ଟ ,୧୨ ତାରିଖ ୨୦୨୬ ଦିନ ଅପରାହ୍ଣ ୨ଟାରେ, ସମ୍ପୃକ୍ତ କଲେଜର ନୋଟିସ୍ ବୋର୍ଡ ଓ ୱେବସାଇଟ୍ରେ ପ୍ରକାଶ ପାଇବ।




