ରାଜନୀତିଶିକ୍ଷା

ପେପର ଲିକ୍ ରୋକିବାକୁ ଆସିଲା ନୂଆ ବିଲ

ଭୁବନେଶ୍ୱର,ନୂତନ ଆଇନ ଅନୁଯାୟୀ, ପେପର  ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ ପାଇବେ। ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲ୍ ରାଷ୍ଟ୍ରପତି ,ଅନୁମୋଦନ କରିଛନ୍ତି। ଆଣ୍ଟି ପେପର  ଲିକ୍  ସଂଶୋଧନ ବିଲ୍ ଏହି ସପ୍ତାହରେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି।ଦୋଷୀମାନଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଦଶ କୋଟି ପର୍ଯ୍ୟନ୍ତ, ଜରିମାନା ଦେବାକୁ ପଡିବ। ବୁଧବାର ଦିନ ସଂଶୋଧନ ବିଲ୍ ଉପରେ ଭାଷଣ ଦେଇ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ,ଏହି ବିଲ୍ ପେପର୍ ଲିକ୍ ପଛରେ, ଥିବା ସମଗ୍ର ନେଟୱାର୍କକୁ, ଭାଙ୍ଗିବା ପାଇଁ ଲକ୍ଷ୍ୟ ରଖିଛି।   ଲୋକସଭାରେ, ପ୍ରବଳ ହଟ୍ଟଗୋଳ ପରେ ସଂଶୋଧନ ବିଲ୍ ପାସ୍ ହୋଇଥିଲା। ବିଲ୍ ପାସ୍ ହେବା ପରେ, ଶିକ୍ଷା ମନ୍ତ୍ରୀ ‘X’ ରେ ଏକ ପୋଷ୍ଟରେ ଲେଖିଛନ୍ତି: “ଲୋକସଭା ପବ୍ଲିକ୍ ପରୀକ୍ଷା  ସଂଶୋଧନ ବିଲ୍, ୨୦୨୬ ପାସ୍ କରିଛି, ଯାହା ପରୀକ୍ଷାରେ ଅନିୟମିତତାକୁ, ମୁକାବିଲା କରିବା ପାଇଁ ଏକ ଦୃଢ଼ ଆଇନଗତ ଢାଞ୍ଚା ସୃଷ୍ଟି କରୁଛି।”

Related Articles

Back to top button