ଓଡ଼ିଶାପାଣିପାଗ

ମାଡ଼ି ଆସୁଛି ବନ୍ୟା ପାଣି ଖୋଲିଛି ୨୨ ଗେଟ୍

ଭୁବନେଶ୍ୱର,ହୀରାକୁଦରୁ ଏବେ ୩ ଲକ୍ଷ ୮୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।

୨୨ଟି ଗେଟରୁ ହୀରାକୁଦରୁ ଛଡ଼ାଯାଉଛି ପାଣି। ହୀରାକୁଦ ପାଣି ଆସିଲେ ଖଇରମାଳରେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ।

ହୀରାକୁଦ ଡ୍ୟାମରୁ ଭୟଙ୍କର ରୂପ ଧାରଣ କରି ମାଡ଼ିଆସୁଛି ବନ୍ୟା ଜଳ।

ଏବେ ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଖୋଲାଯାଇଛି ଅଧିକ ଗେଟ୍।

ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।

ହୀରାକୁଦକୁ ପ୍ରବେଶ କରୁଛି ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ। ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୫.୪୭ ଫୁଟ୍ ରହିଛି ।

Related Articles

Back to top button