Uncategorized

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି

ନୂଆଦିଲ୍ଲୀ: ଜାପାନରେ ଆଜି ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଜାପାନ ପାଣିପାଗ ସଂସ୍ଥାର ସୂଚନାାନୁସାରେ, କୁମାମୋଟୋ ଅଞ୍ଚଳ ଏହି ଭୂମିକମ୍ପର ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଥିଲା। ଭୂକମ୍ପର ତୀବ୍ରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ସୁନାମୀ ଚେତାବନୀ ଜାରି କରାଯାଇଛି। ସମୁଦ୍ରରେ ୧ ମିଟର (ପ୍ରାୟ ୩.୨୮ ଫୁଟ) ଉଚ୍ଚ ପର୍ଯ୍ୟନ୍ତ ଜଳଲହଡ଼ି ଉଠିବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଛି। ଏହି ବିପତ୍ତି ପରେ ଜାପାନ ସରକାରଙ୍କ ପକ୍ଷରୁ ଦକ୍ଷିଣ କ୍ୟୁଶୁ ଦ୍ୱୀପର ବିଭିନ୍ନ ଭାଗ ପାଇଁ ଜରୁରୀକାଳୀନ ସତର୍କସୂଚନା ଜାରି କରାଯାଇଛି। ବିଶେଷ କରି କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇତା ଏବଂ ମିୟାଜାକି ପ୍ରାନ୍ତରେ ଆଲର୍ଟ ଜାରି ହୋଇଛି। ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ନାଗରିକଙ୍କୁ ନିବେଦନ କରାଯାଇଛି।

Related Articles

Back to top button