
ଭୁବନେଶ୍ୱର,ଆଜି ସଂସଦରେ ଉପସ୍ଥାପନ ହେବ ‘The Public Examinations Prevention of Unfair Means ବା ସଂଶୋଧନ ବିଲ୍-୨୦୨୬’।ରବିବାର ସାଂସଦମାନଙ୍କୁ ସଂସଦରେ ଉପସ୍ଥାପନ କରିବାକୁ, ଏହାର ଡ୍ରାଫ୍ଟ ପ୍ରଦାନ କରାଯାଇଛି। ଚିଠା ବିଲ୍ ଅନୁସାରେ, ସଂଗଠିତ ଭାବେ ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କିମ୍ବା ଏଭଳି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି, ଗ୍ୟାଙ୍ଗ୍, ସଂସ୍ଥା କିମ୍ବା ସେବା ପ୍ରଦାନକାରୀଙ୍କ ବିରୋଧରେ ସର୍ବାଧିକ, ୧୦ ବର୍ଷ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଦରକାର ପଡ଼ିଲେ କ୍ଷତିର ଅର୍ଥ ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବ। ବିଲ୍ ସଂସଦରେ ଅନୁମୋଦନ ପାଇଲେ, ଦେଶର ସାର୍ବଜନିକ ପରୀକ୍ଷାରେ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ,ଆହୁରି କଠୋର ହେବ। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଓ ପ୍ରବଳ ଜନଅସନ୍ତୋଷକୁ ଦୃଷ୍ଟିରେ ରଖି, ବର୍ତ୍ତମାନ ୨୦୨୪ର ଆଇନକୁ ଆହୁରି କଠୋର କରିବାକୁ ପ୍ରସ୍ତାବ ରହିଛି।




