
ଭୁବନେଶ୍ୱର,କଳାହାଣ୍ଡି ଜିଲ୍ଲା ପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର, ଅନେକ ନେତା ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି।
ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ଜୟଶ୍ରୀ ସାହୁ, ସରିତା ମାଝୀ, ନମ୍ରତା ସାହୁ ଓ ଦୟା ନାୟକ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ, ସାମିଲ ହୋଇଛନ୍ତି।
ମିଶ୍ରଣ ପର୍ବରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସାଂସଦ, ବିଧାୟକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସେହିପରି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର ବିଜେପିରେ ସାମିଲ ହୋଇଛନ୍ତି।




