ଅନ୍ତର୍ଜାତୀୟଦୁର୍ଘଟଣା

ପୁଣି ଇରାନ ଉପରେ ଆକ୍ରମଣ କଲା ଆମେରିକା।

ଭୁବନେଶ୍ୱର ,ଆମେରିକା ସେନା ଇରାନର ମିସାଇଲ୍ ସିଷ୍ଟମ, ଉପକୂଳ ନିରୀକ୍ଷଣ କେନ୍ଦ୍ର,ଏୟାର ଡିଫେନ୍ସ ସିଷ୍ଟମ, ଏବଂ ଡ୍ରୋନ୍ ଲଞ୍ଚ ସାଇଟ୍ ଗୁଡ଼ିକୁ ଟାର୍ଗେଟ୍ କରିଛି।ବନ୍ଦର ଆବାସର ପୋର୍ଟ ଅଫ ସିରିକ, କେଶେମ ଦ୍ବୀପରେ ଏକାଧିକ ବିସ୍ଫୋରଣ ହୋଇଥିବା ଜଣାପଡିଛି। ସାମରିକ ଆକ୍ରମଣ ସହିତ ଆମେରିକା ଇରାନ ଉପରେ, ବଡ଼ ଆର୍ଥିକ ପ୍ରତିବନ୍ଧକ ଲଗାଇଛି।ଷ୍ଟ୍ରେଟ୍ ଅଫ ହର୍ମୁଜରେ ଇରାନର ଆକ୍ରମଣ ପରେ ଆମେରିକାର ଜବାବ….ଏକାଧିକ ସ୍ଥାନ ଉପରେ ଆକ୍ରମଣ କରିବା ସହ ବୋମାମାଡ। କାଲି କାତାର ଓ ସାଉଦି ଆରବର ଟ୍ୟାଙ୍କର ଉପରେ, ଆକ୍ରମଣ କରିଥିଲା ଇରାନ୍। ଆମେରିକା ଇରାନର ଆନ୍ତର୍ଜାତୀୟ ତୈଳ ବିକ୍ରି ଉପରେ ଦେଇଥିବା ସମସ୍ତ ରିହାତିକୁ, ମଧ୍ୟ ରଦ୍ଦ କରିଦେଥିବା ଜଣାପଡିଛି। ସୂଚନା ଅନୁସାରେ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ରେ ତିନୋଟି ବ୍ୟବସାୟିକ ଜାହାଜ ଉପରେ, ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିବା ସହ, ଏହାକୁ ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି କହିଛି, ଆମେରିକା।

Related Articles

Back to top button