ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ।

ଭୁବନେଶ୍ୱର ,ଚତୁର୍ଦ୍ଧାବିଗ୍ରହଙ୍କ ମହାମାନବୀୟ ଲୀଳା ଦେଖିବାକୁ,ଲୋକାରଣ୍ୟ ହୋଇଛି ବଡଦାଣ୍ଡ। ମହାପ୍ରଭୁଙ୍କ ଦିବ୍ୟସ୍ନାନ ସ୍ୱଚକ୍ଷୁରେ ଦେଖି, ଧନ୍ୟ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ, ମହାମିଳନ ହୋଇଛି। ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ, ଶ୍ରୀମନ୍ଦିର ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ,ଦେବୀ ସୁଭଦ୍ରା, ଚକ୍ରରାଜ ଶ୍ରୀସୁଦର୍ଶନ ଓ ମଦନ ମୋହନ। ସକାଳ ୫ ଟା ୫ରେ ମଙ୍ଗଳାର୍ପଣ,ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ୫ ଟା ୧୫ ରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି। ମିଳିତ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଥିଲା, ଶ୍ରୀମନ୍ଦିର। ହୁଳହୁଳିରେ ଉଛୁଳି ଉଠିଥିଲା ବଡଦାଣ୍ଡ। ସ୍ନାନ ମଣ୍ଡପରେ ପ୍ରଭୁଙ୍କୁ ମଙ୍ଗଳଆଳତି, ମଇଲମ୍, ତଡ଼ପଲାଗି, ଅଧରପୋଛା, ଅବକାଶ ଓ ବେଶ କରାଯାଇଥିଲା। ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ତରଦ୍ୱାର ନିକଟ ସୁନାକୂଅରୁ ୧୦୮ ଗଡୁ ସୁବାସିତ ଜଳ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ ଗରାବଡୁ ସେବକ। ପୂଜାପଣ୍ଡା ତାହାକୁ ପୂଜା ଓ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ଲକ୍ଷାଧିକ ଭକ୍ତଙ୍କ ସମ୍ମୁଖରେ ପ୍ରତ୍ୟେକ୍ଷ ସ୍ନାନ କରିଥିଲେ ଦାରୁବ୍ରହ୍ମ। ସିଂହାରୀ ସେବକ ମାନେ ମହାପ୍ରଭୁଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ବେଶ କରିଥିଲେ। ଠାକୁର ରାଜା ଗଜପତି ଶ୍ରୀଦିବ୍ୟସିଂହ ଦେବ ଅପରାହ୍ନରେ ସ୍ନାନମଣ୍ଡପ ଉପରକୁ ଯାଇ ଛେରାପହଁରା କରିବା ସହ କର୍ପୁର ଆରତୀ କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇ ଥିଲା।

Related Articles

Back to top button