ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ ହୋଇଛି।

ଭୁବନେଶ୍ୱର,ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ, ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଛି। ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ, ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା। ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ, ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରିଥିଲେ।  ନଗର ପରିକ୍ରମା କଲେ ଦେବ ଦମ୍ପତି। ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ ହୋଇଛି। ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବା ପରେ ଶ୍ରୀ ନଅର ଓ ପରେ ଜମ୍ବେଶ୍ବର, ମହାଦେବଙ୍କ ମନ୍ଦିର ପରିକ୍ରମା କରିଛନ୍ତି ଦେବ ଦମ୍ପତି।ବର କନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ, ବନ୍ଦାପନା ହୋଇଥିଲା। ବନ୍ଦାପନା ନୀତି ସରିବା ପରେ ବର କନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ, ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରିଥିଲେ।

Related Articles

Back to top button