
ଭୁବନେଶ୍ୱର ,କଳିଙ୍ଗ ଷ୍ଟାଡିୟମରେ ଜୁନ୍ ୨୪ ତାରିଖରୁ ୨୮ ଜୁନ ପର୍ଯ୍ୟନ୍ତ, ୬୫ତମ ନ୍ୟାସନାଲ ଇଣ୍ଟର-ଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ ପ୍ରତିଯୋଗିତା, ଅନୁଷ୍ଠିତ ହେବ।
ଚାମ୍ପିଅନସିପରେ, ୨୬ଟି ରାଜ୍ୟ ଭାଗ ନେଉଛନ୍ତି। ମୋଟ ୬୩୭ ଜଣ ଆଥଲେଟ ପ୍ରତିଯୋଗିତାରେ ଭାଗ ନେବେ। ଓଡିଶାରୁ ୨୮ ଜଣ ଆଥଲେଟ ଯୋଗ ଦେବେ।
ଅନିମେଷ କୁଜୁର, ଶ୍ରାବଣୀ ନନ୍ଦ ମଧ୍ୟ ଏଥିରେ ଭାଗନେବେ। ମୋଟ ୨୮ ରୁ ୫ ରୁ ୬ ଜଣ ଆଥଲେଟ ଗୋଲ୍ଡ ମେଡାଲ ଜିତିବା, ଆଶା କରାଯାଉଛି। ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏଣ୍ଟ୍ରି ଫି ସର୍ବାଧିକ ୫୦୦ ଟଙ୍କା ରଖାଯାଇଛି।
ମାରାଥନକୁ ଛାଡି ସମସ୍ତ ଆଥଲେଟିକ୍ସ ଇଭେଣ୍ଟ ରହିବ।ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆର ମୁଖପାତ୍ର, ଆଡିଲ୍ ସୁମାରିୱାଲା ପ୍ରେସ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ଏଏଫଆଇ। ହରିୟାଣାରୁ ସର୍ବାଧିକ ଆଥଲିଟ ଭାଗ ନେବେ।




