ଅନ୍ତର୍ଜାତୀୟଯୁଦ୍ଧ
ପୁଣି ଯୁଦ୍ଧ ଆରମ୍ଭ ହେବ !

ଭୁବନେଶ୍ୱର ,ଇସ୍ରାଏଲର ଆକ୍ରମଣରେ ଲେବାନନରେ,୨୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।ଲେବାନନ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି, ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ ଘୋଷଣା, କରିଛି ଇରାନ୍। MoU ଉଲ୍ଲଙ୍ଘନ ଅଭିଯୋଗ ଆଣିଛି ଇରାନ। ଏପରିକି ଯଦି ଆକ୍ରମଣ ଜାରି ରୁହେ ତେବେ ପରବର୍ତ୍ତୀ ପଦକ୍ଷେପ ନେଇ ଚେତାବନୀ ବି ଦେଇଛି। ଚୁକ୍ତିନାମା ଅନୁଯାୟୀ, ଜାହାଜଗୁଡ଼ିକ ୬୦ ଦିନ ପାଇଁ ଟୋଲ୍ ବିନା ହର୍ମୁଜ୍ ପ୍ରଣାଳୀ ଦେଇ, ପରିବହନ କରିପାରିବେ। ଇରାନ ଏହାକୁ ଅନୁମୋଦନ କରିଥିଲା। ଇରାନ ବନ୍ଦରଗୁଡ଼ିକ ଉପରେ, ଆମେରିକାର ସାମରିକ ଅବରୋଧ ମଧ୍ୟ ପ୍ରତ୍ୟାହାର, କରାଯାଇଛି। ଶାନ୍ତି ଚୁକ୍ତି ପରେ ଗୋଟିଏ ପଟେ ସମାଧାନର, ରାସ୍ତା ବାହାରିଥିବା ବେଳେ, ପୁଣି ମୁଣ୍ଡବ୍ୟଥା ବଢାଇଛି ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ, ହର୍ମୁଜ ଖୋଲିଥିଲା ଇରାନ। ଆମେରିକାର ନୌସେନା ଅବରୋଧ ମଧ୍ୟ ପ୍ରତ୍ୟାହାର, ହୋଇଥିଲା।




