ଜାତୀୟଜୀବନଶୈଳୀ

ଭାରତୀୟ ରେଳବାଇ ର ନିରନ୍ତର ପ୍ରୟାସ

ଭୁବନେଶ୍ୱର ,ଯାତ୍ରାକୁ ସୁଗମ, ସୁରକ୍ଷିତ ଏବଂ ସୁଲଭ କରିବା ପାଇୱେଷ୍ଟ ସେଣ୍ଟ୍ରାଲ୍ ରେଲୱେର ଭୋପାଳ ମଣ୍ଡଳ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ, ସମ୍ମାନଜନକ ଏବଂ ଶସ୍ତା ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିରନ୍ତର ପ୍ରୟାସ କରୁଛି ଭାରତୀୟ ରେଳବାଇ । ରେଳବାଇର ଏହି ବିଶେଷ ରିହାତି ଯୋଜନା ଅଧୀନରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ, ଭିନ୍ନ ଭିନ୍ନ ଶ୍ରେଣୀରେ ଭଡ଼ା ବାବଦକୁ ବହୁତ ବଡ଼ ଆଶ୍ୱସ୍ତି ଦିଆଯାଉଛି।ଏହି ରିହାତିର ସିଧାସଳଖ ଏବଂ ସହଜ ଲାଭ ଉଠାଇବା ପାଇଁ ଯାତ୍ରୀମାନଙ୍କ ପାଖରେ ଏକ ଆଧିକାରିକ କାର୍ଡ ରହିବା ବାଧ୍ୟତାମୂଳକ, ଅଟେ। ୱେଷ୍ଟ ସେଣ୍ଟ୍ରାଲ୍ ରେଲୱେର ଭୋପାଳ ମଣ୍ଡଳ ଏହି ଦିଗରେ, ଦ୍ରୁତ ଗତିରେ କାର୍ଯ୍ୟ କରି ୧୭ ଜୁନ୍, ୨୦୬ ସୁଦ୍ଧା ରେକର୍ଡ ସଂଖ୍ୟକ, ୬୫୧ ‘ଦିବ୍ୟାଙ୍ଗଜନ କନସେସନ କାର୍ଡ’ ଜାରି କରିଛି।ଭାରତୀୟ ରେଳବାଇର ଆଧିକାରିକ ପୋର୍ଟାଲ୍ divyangjanid.indianrail.gov.in କୁ ଯାଇ ଅନଲାଇନରେ, ଅପଲୋଡ୍ କରିବାକୁ ହେବ।ଭେରିଫିକେସନ ପରେ ସିଧାସଳଖ ମୋବାଇଲକୁ ଆସିବ ମେସେଜ୍, ସାହାଯ୍ୟ ପାଇଁ ଏଠାରେ, ଫୋନ୍ କରନ୍ତୁକାର୍ଡ ତିଆରି ହେବାର ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଏବଂ ଏହାର ପ୍ରତିଟି ମୁହୂର୍ତ୍ତର ସୂଚନା, ଆପଣଙ୍କୁ ଘରେ ବସି ମିଳିଯିବ। ଆପଣଙ୍କ ଦ୍ୱାରା ଅନଲାଇନରେ ଦାଖଲ କରାଯାଇଥିବା ଦସ୍ତାବେଜଗୁଡ଼ିକର ରେଳ ଅଧିକାରୀମାନଙ୍କ ଦ୍ୱାରା ଭେରିଫିକେସନ କରାଯିବ। ଯେମିତି ହିଁ ଆପଣଙ୍କ ଡିଜିଟାଲ୍ କାର୍ଡ ମଞ୍ଜୁର ହୋଇଯିବ, ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏସଏମଏସ ମାଧ୍ୟମରେ ଏହାର ସୂଚନା ପଠାଇ ଦିଆଯିବ।

Related Articles

Back to top button