ଜୀବନଶୈଳୀସ୍ୱାସ୍ଥ୍ୟ

ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ସ୍ୱାସ୍ଥ୍ୟ ଆୟୁ ପାଇଁ ଯୋଗ’

ଭୁବନେଶ୍ୱର ,ଜୁନ୍ ୨୧ ତାରିଖରେ ପଡ଼ୁଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏଥର ମୁଖ୍ୟ କାର‌୍ୟ୍ୟକ୍ରମ କୋଲକାତାରେ ଆୟୋଜିତ ହେବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ ସୋମବାର ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ସ୍ୱାସ୍ଥ୍ୟ ଆୟୁ ପାଇଁ ଯୋଗ’। ଯାହା ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ଓ ବଢୁଥିବା ବୟସରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥାଏ। ଚଳିତବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର‌୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆୟୋଜିତ ହେବ ବୋଲି ସେ କହିଛନ୍ତି।ବଢୁଥିବା ବୟସ ସହିତ ସୁସ୍ଥ, ସକ୍ରିୟ, ଆତ୍ମନିର୍ଭରଶୀଳ ଓ ମାନସିକ ସ୍ତରରେ ସୁଦୃଢ ଜୀବନ ଜିଇଁବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଣ୍ଡିଆନ କାଉନସିଲ୍ ଫର୍ କଲଚରାଲ୍ ରିଲେସନ୍ସର ସମନ୍ୱୟରେ ବିଦେଶରେ ୨୧୦ରୁ ଅଧିକ ଭାରତୀୟ ମିଶନ ସାରା ବିଶ୍ୱରେ ପ୍ରାୟ ୨, ୫୦୦ ସ୍ଥାନରେ ଯୋଗ କାର‌୍ୟ୍ୟକ୍ରମ ଆୟୋଜନ କରୁଛନ୍ତି। ଏହା ଦର୍ଶାଉଛି ଯେ ଯୋଗ କିଭଳି ଭାରତର ସାଂସ୍କୃତିକ ଐତିହ୍ୟ ଭାବରେ ଆଗକୁ ବଢ଼ୁଛି। ସାରା ବିଶ୍ୱରେ ପ୍ରାୟ ୨,୫୦୦ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଯୋଗ ଏକ ବୈଶ୍ୱିକ ଜନ-ଆନ୍ଦୋଳନରେ ପରିଣତ ହୋଇଛି। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହାକୁ ନିଜ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିଛନ୍ତି।

Related Articles

Back to top button