ଓଡ଼ିଶାରାଜନୀତି

ମୋଦୀ ସରକାରର ୧୨ ବର୍ଷର ସଫଳତା ବଖାଣିଲେ ମୋହନ ମାଝୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ , ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ରାଜ୍ୟ କ୍ୟାବିନେଟ୍‌ର ମନ୍ତ୍ରୀଗଣ ଉପସ୍ଥିତ ରହିଥିଲେ । ଏଥିରେ ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ର କଲ୍ୟାଣକାରୀ ନୀତି ଯୋଗୁଁ ସମଗ୍ର ଦେଶ ସହିତ ଆମ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରଗତିର ନୂତନ ଦିଗନ୍ତ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୋହନ ମାଝୀ ।

 

ମୋହନ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟର ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ସମନ୍ୱୟ ବଳରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଏକ ପ୍ରଭାବଶାଳୀ ଗତି ଦେଇ ଅଗ୍ରସର ହେଉଛି । ଯୋଗାଯୋଗ, ଶିଳ୍ପ, ଭିତ୍ତିଭୂମି, କୃଷି, ନାରୀ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ଦୃଢ଼ ରୂପାୟନ ମାଧ୍ୟମରେ ପ୍ରତିଟି ନାଗରିକଙ୍କୁ ସଶକ୍ତ କରାଯାଉଛି । ରେଳ ବଜେଟ୍‌ର ଅଭିବୃଦ୍ଧି, ସାଗରମାଳା ପ୍ରକଳ୍ପ, ପିଏମ୍ କିଷାନ, ଲକ୍ଷପତି ଦିଦି ଏବଂ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭଳି କାର୍ଯ୍ୟକ୍ରମ ରାଜ୍ୟର ସାମଗ୍ରିକ ବିକାଶକୁ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି । କେନ୍ଦ୍ର ସରକାରଙ୍କ ସହଯୋଗ, ମାର୍ଗଦର୍ଶନ ଓ ରାଜ୍ୟ ସରକାରଙ୍କ ନିଷ୍ଠାପର କାର୍ଯ୍ୟଶୈଳୀ ଦ୍ୱାରା ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ଏହି ପ୍ରତିଶ୍ରୁତିବଦ୍ଧ ଯାତ୍ରା ନିରନ୍ତର ଜାରି ରହିବ ବୋଲି କହିଛନ୍ତି ମୋହନ ମାଝୀ ।

Related Articles

Back to top button