ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠିରେ ଜଣାଇବା ପରେ ‘ଧାମ’ ଶବ୍ଦ କାଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶୁଭେନ୍ଦୁ । ଏଣିକି ଦୀଘାସ୍ଥିତ ଏହି ମନ୍ଦିର ‘ଶ୍ରୀଜଗନ୍ନାଥ ମନ୍ଦିର’ ଭାବେ ପରିଚିତ ହେବ । ସେହିପରି ଶ୍ରୀମନ୍ଦିର ପରମ୍ପରା, ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ସମ୍ପାଦିତ ହେବା ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ।

୨୦୨୫ ଏପ୍ରିଲ ୩୦ରେ ଏହି ମନ୍ଦିର ପ୍ରତିଷ୍ଠା କରି ଜଗନ୍ନାଥ ‘ଧାମ’ ନାମକରଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ‘ଧାମ’ ଶବ୍ଦ ବଦଳାଇ ନଥିଲେ । ଯାହାକୁ ନେଇ ବିବାଦକୁ ଆସିଥିଲେ ମମତା । ୨୦ରୁ ଉର୍ଦ୍ଧ୍ୱ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଦୀଘା ଜଗନ୍ନାଥ ମନ୍ଦିର ।

Related Articles

Back to top button