
ଭୁବନେଶ୍ୱର,ପୁରୀରେ ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ। ତିନିରଥର ଛନ୍ଦା ଗୟଳ ମୋଡା ଓ ପ୍ରଥମ ଭୂଇଁ କାର୍ଯ୍ୟ, ଶେଷ କରାଯାଇଛି।
ତିନିରଥର ମୋଟ ୩୨ ଗୋଟି ପୋଲ ଗୟଳ ଏବଂ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସାଯାଇଛି। ଶେଷ ପର୍ଯ୍ୟାୟରେ ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ କାର୍ଯ୍ୟ।
ଏହି ଯୋକା ଗୁଡ଼ିକ ରଥର ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ, ଲଗାଯାଉଛି।ରଥ ଚାଳିରେ ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ କାମ।
ଏହା ପରେ ଦ୍ବିତୀୟ ଭୂଇଁ ଓ ତୃତୀୟ ଭୂଇଁ କାର୍ଯ୍ୟ ଚାଲିବ। ରୂପକାର ସେବକ ମାନେ, ତିନିରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ରୂପ ଖୋଦେଇ, ଶେଷ କରିବା ସହ ରୁପ ଗୁଡ଼ିକର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି।
ତିନିରଥର ୮ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ, ଜାରି ରହିଛି।




